ଅଯୋଧ୍ୟା ରାୟ: ରିଭ୍ୟୁ ପିଟିସନ୍ ଦାଖଲ କରିବ AIMPLB
1 min readଅଯୋଧ୍ୟା ମାମଲାରେ ରାୟ ନେଇ ଦେଖାଦେଇଛି ବିବାଦ । ଏହି ମାମଲାର ରିଭ୍ୟୁ ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିବ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ । ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ନେଇ ବୋର୍ଡ ପକ୍ଷରୁ ବୈଠକ ବସିଥିଲା । ମାମଲାର ରିଭ୍ୟୁ ପାଇଁ ସୁପ୍ରିମ୍କୋର୍ଟରେ ପିଟିସନ୍ ଦାଖଲ କରାଯିବ ବୋଲି ଅଲ୍ ଇଣ୍ଡିଆ ମୁ୍ସଲିମ୍ ପର୍ସନାଲ ଲ’ ବୋର୍ଡ ନିଷ୍ପତ୍ତି ନେଇଛି ।
ଏହା ସହ ମସିଜିଦ୍ ନିର୍ମାଣ ପାଇଁ ଅନ୍ୟ ସ୍ଥାନରେ କେନ୍ଦ୍ର ସରକାର ଦେଉଥିବା ଜମି ମଧ୍ୟ ମୃସୁଲମାନ ସମ୍ପ୍ରଦାୟ ଗ୍ରହଣ କରିବେ ନାହିଁ । ସେପଟେ ଏଭଳି ନିଷ୍ପତ୍ତି ଉପରେ ଆଉକିଛି ମୁସ୍ଲିମ୍ ନେତା ଅସନ୍ତୋଷ ଜାହିର କରିଛନ୍ତି । ଇକବାଲ୍ ଅନସାରୀ ତଥା ମାମଲାର ଅନ୍ୟତମ ପକ୍ଷ ଫିରିଙ୍ଗ ମାହାଲି ମୁସଲିମ୍ କ୍ଲର୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଅଲ୍ ଇଣ୍ଡିଆ ମୁ୍ସଲିମ୍ ପର୍ସନାଲ ଲ’ ବୋର୍ଡର ବୈଠକ ପୂର୍ବରୁ ବାବ୍ରି ମସଜିଦ୍ ଆକ୍ସନ୍ କମିଟି ଓ ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ୍ ବୋର୍ଡ ଅଯୋଧ୍ୟା ଜମି ମାମଲା ସହ ଜଡିତ ମୁସଲିମ୍ ସଂପ୍ରଦାୟ ଲୋକମାନଙ୍କର ଏକ ବୈଠକ ଡାକିଥିଲେ । ')}