କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପାଇଁ କାଲି ଖୋଲିବନି କଲେଜ
1 min readଭୁବନେଶ୍ୱର: ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ପାଇଁ ଦଳ ଆହ୍ୱାନ ଦେଇଛି । ସୁରକ୍ଷା ଦୃଷ୍ଟିରୁ ସରକାର ବିଦ୍ୟାଳୟ ବନ୍ଦ ରଖିବାକୁ ନିିଷ୍ପତ୍ତି ନେଇଛନ୍ତି । ସେହିଭଳି ଆସନ୍ତାକାଲି ସମସ୍ତ କଲେଜ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସରକାରୀ କଲେଜ ସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଆସନ୍ତାକାଲି ସୋମବାର ବନ୍ଦ ରହିବ ।
All Higher Educational Institutions of Odisha coming under Higher Education Department of Government of Odisha, Government as well as Non-Government, will remain closed tomorrow (15.02.2021).
— Higher Education Department, Govt. of Odisha ?? (@DHE_Odisha) February 14, 2021
ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିକୁ ନେଇ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଇ ଆସନ୍ତାକାଲି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବଢ଼ି ଚାଲିଥିବା ଦୈଳଦର ଓ ଅନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଛି ।