‘ଭାରତ ବନ୍ଦ ବେଳେ ରାଜ୍ୟରେ ସବୁ ସରକାରୀ ଅଫିସ୍ ଓ କାର୍ଯ୍ୟାଳୟ ବନ୍ଦ’
1 min readଭୁବନେଶ୍ୱର: ମଙ୍ଗଳବାର ସବୁ ସରକାରୀ ଅଫିସ୍ ଓ କାର୍ଯ୍ୟାଳୟ ବନ୍ଦ । ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । କରୋନା ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ କେବଳ ଭାରତ ବନ୍ଦ ଯୋଗୁଁ ନୁହେଁ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହୋଇନଥିବା ଯୋଗୁଁ ସରକାର ଏହି ନିଷ୍ପତି ନେଇଥିବା କୁହାଯାଇଛି । ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି ।
ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି। କରୋନା ସମୟରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ। pic.twitter.com/r4D5Iw0d1C
— I & PR Department, Odisha (@IPR_Odisha) December 7, 2020