ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ

All Educational Institute Advised To Write Name Plate In Odia Language

ଭୁବନେଶ୍ୱର: ଓଡ଼ିଆରେ ଲେଖାଯିବ ନାମଫଳକ । ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

 All Educational Institute Advised To Write Name Plate In Odia Language

ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଚିଠିରେ କୁହାଯାଇଛି, ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇଂରାଜୀ ସହ ସ୍ଥାନୀୟ ଭାଷାରେ ଲେଖୁଛନ୍ତି । ସେହିପରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖାଗଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ।

ଏହାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସହିତ ଅଧିକାରୀମାନଙ୍କ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତିନି ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରାଯାଇ ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ କୁହାଯାଇଛି ।