‘୨୦୨୩ ଶେଷ ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦବୀ’

1 min read

ଭୁବନେଶ୍ବର: ୨୦୨୩ ଶେଷ ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦବୀ। ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ସଂପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସରକାରୀ ମେଡିକାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳୁଛି। BSKYରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି। ଏଥିପାଇଁ ମାସକୁ ୨୨୫କୋଟି ଟଙ୍କା ଖର୍ଚ୍ଚ ହେଉଛି।

କର୍କଟ ରୋଗୀଙ୍କୁ ମାଗଣା କେମୋଥେରାପି ମିଳୁଛି। ସମୁଦାୟ ବଜେଟର ୭ପ୍ରତିଶତ ହେଉଛି ସ୍ୱାସ୍ଥ୍ୟ ବଜେଟ। ୬ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଖୋଲାଯାଇଛି। ଡିସେମ୍ବର ସୁଦ୍ଧା ୮୦ପ୍ରତିଶତ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହେବେ। ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଲକ୍ଷ୍ୟ ପୂରଣ ହେଉଛି। ଦେଶରେ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।

ସେହିପରି ମାତୃ ମୃତ୍ୟୁହାର ରୋକିବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର  ମିଳୁଥିବା ବେଳେ ଓପିଡି ପାଇଁ ଅନଲାଇନ ବୁକିଂ କରିହେଉଛି। ପ୍ରତି ବ୍ଲକରେ ଏଏଲଏସ ଆମ୍ୱୁଲାନ୍ସ ଉପଲବ୍ଧ କରାଯାଇଛି। ପଛୁଆ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।