ଏଣିକି ସବୁ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ ଓ ମାଗଣାରେ ହେବ ଏକମୋ ଚିକିତ୍ସା

ଭୁବନେଶ୍ୱର: ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ। ୩୦ ଜିଲ୍ଲାରେ ଆରଟିପିସିଆର ଲ୍ୟାବ୍ ପ୍ରସ୍ତୁତ ରହିଛି। ଏହାସହ ଅକ୍ସିଜେନ୍ ଲିକ୍ୟୁଇଡ୍ ପ୍ଲାଣ୍ଟ ପ୍ରସ୍ତୁତ ରହିଛି। କରୋନା ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତୟାର ରହିଛି। କେବଳ ସେତିକି ନୁହେଁ, ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟରେ ଏକମୋ ଚିକିତ୍ସା ଉପଲବ୍ଧ ହେବ।

ଏଣିକି କଟକରେ ମାଗଣାରେ ରୋଗୀ ପାଇବେ ଏକମୋ ଟ୍ରିଟମେଣ୍ଟ । ଏଥିପାଇଁ ଏସସିବିରେ ୯ଟି ଏକମୋ ମେସିନ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଆବଶ୍ୟକ ମାନସମ୍ବଳ ଅଛନ୍ତି । ଆଗକୁ ଆଉ ଏକ ବ୍ୟାଚ୍ ମାନବସମ୍ବଳ ଟ୍ରେନିଂ ପାଇଁ କଲିକତା ଯିବେ । କରୋନାରେ ଗୁରୁତର ହେଉଥିବା ରୋଗୀ ଆଗକୁ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ୬ଟି ମେସିନ୍ ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ । ଅନ୍ୟ ୩ଟି ମେସିନ୍ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହେବ ।

Leave a Reply