କିଏ ସେ ସୁନ୍ଦରୀ ଯିଏ ପୁତିନଙ୍କ ଗର୍ଲଫ୍ରେଣ୍ଡ ଭାବେ ଚର୍ଚ୍ଚିତ…

କିଭ୍: ଋଷ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରୁଛି । ୟୁକ୍ରେନରେ ଚାଲିଛି ଧ୍ୱଂସର ତାଣ୍ଡବ ଆଉ ଏଥିପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଉଛି । ଏହି ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁତିନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡଙ୍କ ବିଷୟରେ ବ୍ରିଟିଶ ଗଣମାଧ୍ୟମ ଅନେକ ରିପୋର୍ଟ ପ୍ରକାଶ କରିଛି ।

ବ୍ୟକ୍ତିଗତ ଜୀବନରେ ପୁତିନ ବହୁତ ରୋମାଣ୍ଟିକ ବୋଲି କୁହାଯାଏ । ପ୍ରାୟ ଏକ ଦଶନ୍ଧି ଧରି ତାଙ୍କ ନାମ ଏଲିନା କାବଏବାଙ୍କ ସହ ଚର୍ଚ୍ଚାରେ ରହଛି । ତେବେ ୩୮ ବର୍ଷୀୟା ଏଲିନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଲିନା ରାଷ୍ଟ୍ରପତି ପୁତିନଙ୍କ ଯାଆଁଳା ଶିଶୁଙ୍କ ମା ବୋଲି ମଧ୍ୟ କୁହାଯାଉଛି । ତେବେ ପୁତିନଙ୍କ ସହ ଏଲିନାଙ୍କ ନାଁ ୨୦୦୮ ରେ ପ୍ରଥମ ଥର ପାଇଁ ଯୋଡାଯାଇଥିଲା । ତେବେ ଏନେଇ ମସ୍କୋର ଏକ ଖବରକାଗଜ ଦାବି କରିଛି । ୨୦୧୩ ରେ ଋଷର ରାଷ୍ଟ୍ରପତି ପୁତିନ୍ ତାଙ୍କ ପତ୍ନୀ ଲ୍ୟୁଡମିଲାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ଏଲିନାଙ୍କୁ ଋଷର ପ୍ରଥମ ଲେଡି’ କୁହାଯିବା ଆରମ୍ଭ ହୋଇଥିଲା । ଯଦିଓ ଏଲିନା ସର୍ବସାଧାରଣରେ ଏହାକୁ ସ୍ୱୀକାର କରିନଥିଲେ ।

Valdimir Putin Accused Of Taking Bodybuilder Steroids That Makes Person Aggressive

କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆଜିବି ଚର୍ଚ୍ଚା ହୋଇଥାଏ । କୁହାଯାଉଥିଲା ଯେ ଉଭୟ ବିବାହ କରିନେଇଛନ୍ତି । ଏପରିକି ପୁତିନଙ୍କ ସହ ଏଲିନାଙ୍କର ସନ୍ତାନ ମଧ୍ୟ ଅଛି । ୨୦୧୭ରେ ଏଲିନା ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା । ତା’ପରେ ସେ ଏକ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କୁ ଏକ ଲାଲ୍ ରଙ୍ଗର ଢିଲା ପୋଷାକରେ ଦେଖିବାକୁ ମିଳିଥିଲା ​ । କୁହାଯାଉଥିଲା ଯେ ସେ ତାଙ୍କ ଗର୍ଭକୁ ଲୁଚାଇବା ପାଇଁ ସେହି ପୋଷାକ ପିନ୍ଧିଥିଲେ । ତା’ପରେ ଋଷର ଏକ ଖବରକାଗଜ ଏଲିନା ଏବଂ ପୁତିନଙ୍କ ନିର୍ବନ୍ଧର ଖବର ପ୍ରକାଶ କରିଥିଲା। କିନ୍ତୁ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏବଂ ତା’ପରେ କ୍ରେମଲିନ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଅନୁଷ୍ଠାନ ବନ୍ଦ କରିଦିଆଯାଇଥିଲା । ପୁତିନ ଏବଂ ଏଲିନାଙ୍କ ପିଲାମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ଉଭୟଙ୍କ ଚିତ୍ର ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ଋଷର ରାଷ୍ଟ୍ରପତି ତାଙ୍କ ପରିବାର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବଦା ନିରବ ରୁହନ୍ତି ।

Leave a Reply