spot_img

Latest Posts

ବରଗଡ଼ ବିଜେପି ବିଧାନସଭା ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀ ନାମାଙ୍କନ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଲେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିପନ ଦାସ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ବିଧାନସଭା ବିଜେପି ପ୍ରାର୍ଥୀଙ୍କ ନାଁରେ ନାମାଙ୍କନବେଳେ ତଥ୍ୟ ଲୁଚାଇବା ଭଳି ସଂଗୀନ ଅଭିଯୋଗ। ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀଙ୍କ ନାଁରେ ନାମାଙ୍କନରେ ତଥ୍ୟ ଲୁଚାଇବା ଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିପନ ଦାସ।ବରଗଡ଼ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ଅଶ୍ଵିନୀ ପ୍ରାର୍ଥିପତ୍ର ଦାଖଲ ସମୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି। ଅଶ୍ଵିନୀ ଷଡଙ୍ଗୀଙ୍କ ନାଁରେ  41 A CRPC ଧାରାରେ ମାମଲା ଥିବାବେଳେ ସେ ଜାମିନରେ ରହିଛନ୍ତି। ତେବେ ଏହି ତଥ୍ୟ ସେ ସତ୍ୟପାଠରେ ଲୁଚାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ। ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ଏହା ନିର୍ବାଚନ ନିୟମର ଉଲ୍ଲଂଘନ ବୋଲି ନିପନ କହିଛନ୍ତି। ତଥ୍ୟ ପ୍ରଦାନ କରିନଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଦାବି କରିଛନ୍ତି। ଗତ ୩୦ ତାରିଖରେ ଅଶ୍ଵିନୀ ଷଡ଼ଙ୍ଗୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କରେ ନାମାଙ୍କନ ଦାଖଲ କରିଥିଲେ। ୨୦୨୧ରେ ଏକ ଅପରାଧିକ ମାମଲା ବିଜେପି ପ୍ରାର୍ଥୀଙ୍କ ନାମରେ ରହିଥିବାବେଳେ କାହିଁକି ସେ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ।

Latest Posts

Don't Miss