ସ୍ବାମୀଙ୍କୁ ସ୍ତ୍ରୀ’ର ଧମକ; ଦାଢ଼ି ନ କାଟିଲେ ଦେବି ତଲାକ

ଅଲିଗଡ: ଦାଢ଼ି ପାଇଁ ବିବାଦ । ଦାଢ଼ି ରଖିବାରୁ ମିଳିଲା ତଲାକ ଧମକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡରେ । ଅଲିଗଡରେ ଜଣେ ମୁସଲମାନ ଧର୍ମଗୁରୁ ଦାଢ଼ି ରଖିଥିଲେ ବୋଲି ତାଙ୍କୁ ତଲାକ ଦେବେ ବୋଲି କହିଛନ୍ତି ତାଙ୍କ ପତ୍ନୀ । ମୁସଲମାନ ଧର୍ମଗୁରୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ ଜଣେ ଆଧୁନିକ ଝିଅ ଅଟନ୍ତି । ତେଣୁ ମୋତେ ବିନା ଦାଢ଼ି ସ୍ବାମୀ ଦରକାର । ତେବେ ଦାଢ଼ିକୁ ନେଇ ହେଉଥିବା ବିବାଦ ମଧ୍ୟରେ ମୁସଲମାନ ଧର୍ମଗୁରୁ ଏସଏସପିରେ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ ।

ଅଭିଯୋଗ କରିବାକୁ ଯାଇ ମୁସଲମାନ ଧର୍ମଗୁରୁ କହିଥିଲେ କି ତାଙ୍କ ବାହାଘର ୨୦୨୦ରେ ହୋଇଥିଲା । ମୋ ସ୍ତ୍ରୀ ମୋତେ କହିଥିଲେ କି ତୁମେ ଦାଢ଼ି କାଟିଦଅ, କାହିଁକି ନା ମୁଁ ଜଣେ ଆଧୁନିକ ଝିଅ ବୋଲି କହିଥିଲେ ମୁସଲାମାନ ଧର୍ମଗୁରୁଙ୍କ ପତ୍ନୀ । ତେବେ ଏହି ମାମଲାରେ ମୌଲାନା କହିଛନ୍ତି କି ଧାର୍ମିକ କାରଣରୁ ମୁଁ ଦାଢ଼ି କାଟି ପାରିବି ନାହିଁ ।

 

ସେ ଆହୁରି କହିଛନ୍ତି କି ବାହାଘରର କିଛି ଦିନ ପରେ ମୋତେ ମୋ ସ୍ତ୍ରୀ ଦାଢ଼ି କାଟିବା ପାଇଁ ଧମକ ଦେଇଥିଲେ । କହିଥିଲେ କି ମୁଁ ଜଣେ ଆଧୁନିକ ଝିଅ । ଏମିତି ଦାଢ଼ି ରଖିଲେ ମୁଁ ରହି ପାରିବି ନାହିଁ ତେଣୁ ଦାଢ଼ି କାଟିବାକୁ ଧମକ ଦେଉଥିଲେ । ଦାଢ଼ି କାଟିବାକୁ ନେଇ ବିବାହ ପରଠାରୁ ମୋ ପତ୍ନୀ ଲଗାତର ଭାବରେ ବିବାଦ କରୁଛନ୍ତି ବୋଲି କହିଛନ୍ତି ମୁସଲମାନ ଧର୍ମଗୁରୁ । ଏହି ମାମଲାରେ ଧର୍ମଗୁରୁ ଏସଏସପି ଅଫିସକୁ ଆସି ଅଭିଯୋଗ କରିଛନ୍ତି । ଏହି ମାମଲାରେ ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ମୁସଲମାନ ଧର୍ମଗୁରୁ ।

Leave a Reply