ଶାଶୁ-ଜ୍ବାଇଁ ଫେରାର ଘଟଣା : ଶ୍ବଶୁର କହିଲେ ବାସ୍ ମୁଁ ଗୋଟିଏ ଥର…
1 min read
ନନ୍ଦିଘୋଷ ବ୍ୟୁରୋ: ଆଲିଗଡ଼ର ଶାଶୁକୁ ନେଇ ଜ୍ବାଇଁ ଫେରାର ଘଟଣାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ଉଭୟ କେଉଁଠି ଅଛନ୍ତି ପୋଲିସ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ । ଏମିତିକି ଏମାନଙ୍କୁ ମଧ୍ୟ ଧରିବାରେ ବିଫଳ ହୋଇଛି । ଏହାରି ମଧ୍ୟମରେ ଗଣମାଧ୍ୟମକୁ ଭେଟି ଶ୍ବଶୁର ଜିତେନ୍ଦ୍ର କହିଛନ୍ତି କି, ପୋଲିସ ଘଟଣାକୁ ଗୁରୁତର ସହ ନେଉନାହିଁ । ସେମାନେ ରୁଦ୍ରପୁରରେ ଥିବା ନେଇ କୁହାଯାଇଥିଲା । କିନ୍ତୁ ଏବେ କାସଗଞ୍ଜରେ ରହିଥିବା ଶୁଣିବାକୁ ମିଳୁଛି । କିନ୍ତୁ ପୋଲିସ ସେମାନଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ସେ କହିଛନ୍ତି କି, ପୋଲିସକୁ ମୋର ଏତିକି ଅନୁରୋଧ ରହିବ କି, ସେମାନଙ୍କୁ ଯେବେ ଧରିବେ ବାସ୍ ମୁଁ ଗୋଟିଏ ଥର ସେମାନଙ୍କୁ ଭେଟିବି । ଆଉ ସେମାନଙ୍କ ମୁହଁ ଦେଖିବି । କାରଣ ସେମାନେ ମୋ ନଜରରେ ତଳ ପଡ଼ି ଯାଇଛନ୍ତି । ଉଭୟ ମୋ ପାଇଁ ମରି ଯାଇଛନ୍ତି । ଏଣୁ ମାତ୍ର ଶେଷ ଦର୍ଶନ ପାଇଁ ମାତ୍ର ଥରେ ଦେଖିବି ସେମାନଙ୍କୁ । ଏହାସହ ଜିତେନ୍ଦ୍ର କହିଛନ୍ତି କି, ଯେତେବେଳେ ବାହାଘର ଠିକ୍ ହୋଇଥିଲା ସେତେବେଳେ ପ୍ରଥମରୁ ସ୍ତ୍ରୀ ଅନିତାଙ୍କ ସହ ଜ୍ବାଇଁ ରାହୁଲ ଟିକେ ଅଧିକ କଥା ହେଉଥିଲେ । ଯେଉଁଥି ପାଇଁ ଝିଅ ମଧ୍ୟ ବିରୋଧ କରିଥିଲା । ଏଥିପାଇଁ ମା-ଝିଅ କଥା ହେଉନଥିଲେ । ମୋତେ ମଧ୍ୟ ସନ୍ଦେହ ହୋଇ ନଥିଲା । କାରଣ ମୁଁ ଭାବୁଥିଲି ମା-ପୁଅଙ୍କ ସମ୍ପର୍କ । ଏଥିରେ ଅବିଶ୍ବାସ କରିବାର ନଥିଲା । କିନ୍ତୁ ସେମାନେ ସବୁ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଗଲେ । ଶୀଘ୍ର ସେମାନଙ୍କୁ ଧରିବା ପାଇଁ ପୋଲିସ ଆଗରେ ଗୁହାରି କରିଛନ୍ତି ଜିତେନ୍ଦ୍ର ।