୪ ବର୍ଷ ପୂର୍ବେ ପୃଥିବୀରେ ପହଞ୍ଚିଥିଲେ ଏଲିୟନ୍ସ: ହାର୍ବାଡର ପ୍ରମୁଖ ବୈଜ୍ଞାନିକ

1 min read

ନୂଆଦିଲ୍ଲୀ: ୨୦୧୭ ମସିହାରେ ଏଲିୟନ୍ସ ପୃଥିବୀରେ ପାଦ ଦେଇଥିଲେ ବୋଲି ଦାବି କରିଛନ୍ତି ହାର୍ବାଡ ୟୁନିଭର୍ସିଟିର ଜଣେ ପ୍ରମୁଖ ବୈଜ୍ଞାନିକ । ହେଲେ ତାଙ୍କ କଥାକୁ ଅନ୍ୟମାନେ ଅଣଦେଖା କରି ଦେଇଥିଲେ ।

ପ୍ରଫେସର ଏବି ଲୋଏବ ନିଜର ଏକ ବହି Extraterrestrial: The First Sign of Intelligent Life Beyond Earthରେ ଏଭଳି ଦାବି କରିଛନ୍ତି । ଲୋଏବ ଜଣାଶୁଣା ଭୌତିକଶାସ୍ତ୍ରୀ ଷ୍ଟିଫେନ୍ ହକିଂଙ୍କ ସହ ମଧ୍ୟ କାମ କରିଛନ୍ତି ।

୫୮ ବର୍ଷୀୟ ଇସ୍ରାଏଲୀ-ଆମେରିକୀୟ ଆଷ୍ଟ୍ରାନୋମର କହିଛନ୍ତି ଯେ ୪ ବର୍ଷ ପୂର୍ବେ ଏକ ଅସାମାନ୍ୟ ବସ୍ତୁ ଦେଖା ଦେଇଥିଲା । ହେଲେ ବୈଜ୍ଞାନିକ ମାନେ ତାକୁ ଭୁଲ୍ ବୁଝିଥିଲେ । ଏହି ଘଟଣା ୨୦୧୭ ମସିହାର ହୋଇଥିବା ବେଳେ ଏହାର ସ୍ପିଡ୍ ମଧ୍ୟ ଅଧିକା ରହିଥିଲା । ଲାଗୁଥିଲା ଯେ ଏହା କେଉଁ ଅନ୍ୟ ଗ୍ରହରୁ ଆସି ପୃଥିବୀରେ ପହଞ୍ଚିଛି । ହେଲେ ଅନ୍ୟ ବୈଜ୍ଞାନିକ ମାନେ ତାଙ୍କ କଥାରେ ଏକମତ ହୋଇନଥିଲେ ।

ଆଷ୍ଟ୍ରାେଫିଜିସିଷ୍ଟ ଏଥନ ସିଗନ୍ ଫୋବର୍ସରେ ଲେଖିଛନ୍ତି ଯେ, ଲୋଏବ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ । ହେଲେ ସେ ନିଜର କଥାକୁ ସହ ବୈଜ୍ଞାନିକ ମାନଙ୍କ ସମ୍ମୁଖରେ ଠିକ୍ ଭାବେ ପ୍ରକାଶ କରିପାରିନଥିଲେ । ହେଲେ ଏନେଇ ଲୋଏବ କୁହନ୍ତି, ରୁଢିବାଦ ଉପରେ ପ୍ରଶ୍ନ କରୁଥିବା ଲୋକଙ୍କୁ ସବୁବେଳେ ଦଣ୍ଡ ଦିଆଯାଇଥାଏ । ଗାଲିଲିଓଙ୍କୁ ମଧ୍ୟ ଦଣ୍ଡିତ କରାଯାଇଥିଲା, ଯେତେବେଳେ ବ୍ରହ୍ମାଣ୍ଡର କେନ୍ଦ୍ର ପୃଥିବୀ ନୁହେଁ ବୋଲି ସେ କହିଥିଲେ ।

ତେବେ ଏହା ପୂର୍ବରୁ ଇସ୍ରାଏଲର ସ୍ପେଶ୍ ସିକ୍ୟୁରିଟି ଏଜେନ୍ସିର ପୂର୍ବତନ ପ୍ରମୁଖ ହେମ ଇଶଦ ଦାବି କରିଥିଲେ ଯେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ଏବଂ ଇସ୍ରାଏଲ ଓ ଆମେରିକା ଅନେକ ବର୍ଷ ହେବ ତାଙ୍କ ସମ୍ପର୍କରେ ରହିଛନ୍ତି ।

Leave a Reply