ପୃଥିବୀକୁ ଆକ୍ରମଣ କରିପାରନ୍ତି ପରଗ୍ରହୀ ! ସ୍ଥାନ କହିଦେଲା ନାସା

ଓ୍ୱାଶିଂଟନ୍‌: ନିକଟରେ ପରଗ୍ରହୀ ବା ଏଲିୟନ୍ସକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର  । ଯେଉଁଥିରେ କୁହାଯାଇଛିଯେ, ପରଗ୍ରହୀ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ।  ଅକ୍ସଫୋର୍ଡ଼ର ବୈଜ୍ଞାନିକ ଏହାକୁ ନେଇ ଚେତାବନୀ ଦେଇଛନ୍ତି ।  ବାଇନାରୀ କୋଡେଡ୍‌ ‘ବିକନ୍‌ ଇନ ଦ ଗ୍ୟାଲେକ୍ସି’ ମେସେଜ୍‌ ସୌରମଣ୍ଡଳ,ପୃଥିବୀ ଏବଂ ମାନବତା ଉପରେ ସମସ୍ତ ଖବର ଆକାଶଗଙ୍ଗାର ଏକ ଭାଗରେ ପ୍ରସାରିତ କରିବ । ଏହାକୁ ଏଲିୟନ୍ସଙ୍କ ସବୁଠାରୁ ସମ୍ଭାବିତ ଘର ବୋଲି କୁହାଯାଏ ।

ଖବର ଅନୁସାରେ ନାସାର ଏହି ମେସେଜ୍‌ ଅରେସିବୋ ମେସେଜର ଏକ ଅପଡେଟେଡ ରୂପ ଯିଏ ରେଡ଼ିଓ ଟେଲିସ୍କୋପ୍‌ ସାହାଯ୍ୟରେ ଏହିଭଳି ଖବର ୧୯୭୪ ମସିହାରେ ମହାକାଶରେ ପ୍ରସାରିତ କରିଥିଲା । ଅବଶ୍ୟ ଅକ୍ସଫୋର୍ଡ଼ର ଫ୍ୟୁଚର ଅଫ୍‌ ହିମ୍ୟୁନିଟି ଇନଷ୍ଟିଚ୍ୟୁଟର ବରିଷ୍ଠ ଗବେଷକ ଏଣ୍ଡର୍ସ ସ୍ୟାଣ୍ଡବର୍ଗ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ମେସେଜରେ ଏଲିୟନ୍ସ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟସାଧ୍ୟ । ତଥାପି ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍‌ । ତାଙ୍କ କହିବା ହେଉଛି ଏଲିୟନ୍ସଙ୍କ ଉପସ୍ଥିତିକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଅଧିକାଂଶ ଲୋକ ଏହାକୁ ମିଛ କହି ଏଡ଼ାଇ ଦିଅନ୍ତି ।

ନାସାର ମେସେଜ୍‌ ଏଲିୟନ୍ସକୁ ପ୍ରତିକ୍ରିୟା ଦେବାପାଇଁ ନିମନ୍ତ୍ରଣ ଦେବା ସହ ଶେଷ ହେବ । ଯେଉଁଥିରେ ସୋଲାର ସିଷ୍ଯମର ଲୋକେସନ ସହିତ ପୃଥିବୀରେ ଜୈବ ରାସାୟନିକ ସଂରଚନା ଉପରେ ସୂଚନା ଦିଆଯାଇଛି ।