ଅଧଘଣ୍ଟା ଧରି ଆକାଶରେ ବିମାନ ସହିତ ଉଡିଲା ଏଲିୟନ୍ସ !

1 min read

ନୂଆଦିଲ୍ଲୀ: ମଝି ଆକାଶରେ ବିରଳ ଦୃଶ୍ୟ । ଏହି ବିରଳ ଦୃଶ୍ୟକୁ କ୍ୟାମେରାରେ କଏଦ କଲେ ପାଇଲଟ । ଆମେରିକୀୟ ପାଇଲଟମାନେ କ୍ୟାମେରାରେ ଆକାଶରୁ ଖସି ଆସୁଥିବା ଏକ ଉଜ୍ଜଳ ବସ୍ତୁକୁ କଏଦ କରିଥିବା ଦାବି କରିଛନ୍ତି । ଏହି ଦୃଶ୍ୟକୁ କଏଦ କରିବା ସମୟରେ ବିମାନଟି ମଝି ଆକାଶରେ ଥିଲା । ତେବେ ଏହି  ଉଜ୍ଜଳ ବସ୍ତୁ ଏଲିୟନ୍ସ UFO ବୋଲି ଦାବି କରାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଏଲିୟନ୍ସ UFO ବିମାନ ସହିତ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଉଡ଼ିଥିଲା ।

ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୧୯, ୨୦୨୦ରେ ଦୁଇ ପାଇଲଟ ମେକ୍ସିକ୍କୋର ମୋଣ୍ଟାରୀ ନିକଟରେ ଏକ କାର୍ଗୋ ବିମାନ ଉଡାଉଥିଲେ । ଏହି ସମୟରେ ଆକାଶରେ ଏକ ଉଜ୍ଜଳ ଆଲୋକ ପଡ଼ୁଥିବାର ଦେଖିଥିଲେ ଦୁଇ ପାଇଲଟ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେତେବେଳେ ଦୁଇ ପାଇଲଟ ବିମାନକୁ ଆଗକୁ ନେଇଥିଲେ ସେହି ଉଜ୍ଜଳ ଆଲୋକ ମଧ୍ୟ ତାଙ୍କ ସହ ଆଗକୁ ଯାଇଥିଲା । ଏହି ସମୟରେ ଦୁଇ ପାଇଲଟ ଏକ ଭିଡିଓ ଶୁଟ କରିଥିଲେ । ଯାହାର ବିଶ୍ଲେଷଣ ନ୍ୟାସନାଲ ଏଭିଏସନ ରିପୋର୍ଟଂ ସେଣ୍ଟର ଅନ ଏନେମାଲିସ୍ ଫିନୋମେନାରେ ଏକ ରିପୋର୍ଟ କରାଯାଇଛି ।

ରିପୋର୍ଟ ଅନୁଯାୟୀ ବୋଇଂ ୭୬୭ କାର୍ଗୋ ବିମାନର ପାଇଲଟ ଜଣେ କୋରିୟର ପାଇଲଟ ଅଟନ୍ତି । ଯାହାଙ୍କ ପାଖରେ ଏକ ପ୍ରମୁଖ କାର୍ଗୋ କମ୍ପାନୀର ୧୯ ବଷର୍ର ଅଭିଜ୍ଞତା ସହ ଓ୍ବାଇଡ ବଡି ବିମାନ ଉଡାଇବାର ଅନୁଭବ ରହିଛି । ରିପୋଟର୍ ଅନୁସାରେ ପାଇଲଟ କକପିଟର ବାମ ପଟୁ ଏକ ଲାଇଟ ଦେଖିବାକୁ ମିଳିଥିଲା । ପ୍ରଥମେ ପାଇଲଟ ଏହାକୁ ଏକ ଉଲ୍ଲକା ବୋଲି ଭାବିଥିଲେ । କିନ୍ତୁ ଅଚାନକ ଏହି ଉଜ୍ଜଳ ବସ୍ତୁଟି ବିମାନର ବରାବରରେ ଉଡିବା ଆରମ୍ଭ କରିଥିଲା ଏବଂ କାର୍ଗୋ ବିମାନକୁ ଏକ ଲେଜର ଲାଇଟ ମାରିଥିଲା ।  ଏହି ଲାଇଟ ବିମାନରେ ମାଡ ହେବା ପୂର୍ବରୁ ପାଇଲଟ ବିମାନକୁ ସେହି ଉଜ୍ଜଳ ବସ୍ତୁଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରହସ୍ୟମୟ ଭାବରେ ଏହି ଉଜ୍ଜଳ ବସ୍ତୁଟି ବିମାନର ରାଡାରରେ ଦେଖାଯାଇନଥିଲା ।

Leave a Reply