ପରଗ୍ରହୀଙ୍କ ପାଇଁ କାମ କରୁଛନ୍ତି ପକ୍ଷୀ !

ନୂଆଦିଲ୍ଳୀ:  ଦୁନିଆରେ ଏଲିୟନ୍ସ ବା ପରଗ୍ରହୀଙ୍କୁ ନେଇ ନାନା ଲୋକଙ୍କର ନାନା ମତ । ଏହାକୁ ନେଇ ଆସୁଥିବା ପ୍ରତ୍ୟେକଟି ତାଜା ଖବର ଆମେ ଆପଣଙ୍କ ସହିତ ଶେୟାର କରିଛୁ ଏବଂ ନିକଟ ଅତୀତରେ ମଧ୍ୟ ହୋଇଥିବା ଏକ ଗବେଷଣାର ରିପୋର୍ଟ ବିଷୟରେ ଆମେ ଆଲୋଚନା କରିଥିଲୁ ।  ଏବେ ପୁଣିଥରେ ଏକ ଅପଡେଟ୍‌ ଆସିଛି ଏହି ଏଲିୟନ୍ସଙ୍କୁ ନେଇ । କୁହାଯାଉଛି ପୃଥିବୀରେ ରହୁଥିବା ଲୋକଙ୍କ ଖବର ନେବାପାଇଁ ପରଗ୍ରହୀ ପକ୍ଷୀ ପଠାଉଛନ୍ତି  ଏବଂ ସେମାନେ ହେଉଛନ୍ତି ଏଲିୟନ୍ସଙ୍କ ଗୁପ୍ତଚର ।

ପୂର୍ବରୁ ଆମେରିକାର ମିନିଷ୍ଟ୍ରି ଅଫ୍‌ ଡିଫେନ୍ସ ପାଇଁ କାମ କରୁଥିବା ନିକ ପୋପ୍‌ କହିଛନ୍ତିଯେ, ସିଗଲ୍ସଙ୍କ ଠାରୁ ବଞ୍ଚିକି ରହିବାକୁ ଚେଷ୍ଟା କରନ୍ତୁ । ଏମାନେ ବାର୍ତ୍ତାବାହାକ । ଏମାନଙ୍କ ଲୋକଙ୍କ ନିକଟକୁ ଆସି ତଥ୍ୟ ନେଇ ଏଲିୟନ୍ସଙ୍କୁ ଦିଅନ୍ତି ।  ତେବେ ପରଗ୍ରହୀ ଏଭଳି କିଛି ପଠାନ୍ତି ଯାହାଦ୍ୱାରା ଲୋକଙ୍କୁ ସନ୍ଦେହ ହେବନାହିଁ ।  ସିଗଲ୍ସ ବ୍ୟତୀତ ଏଲିୟନ୍ସଙ୍କ ନଜର ମାଛି ଉପରେ ମଧ୍ୟ ରହିଛି । କାରଣ ଏମାନଙ୍କ ଉପରକୁ ମଣିଷଙ୍କ ଧ୍ୟାନ ଯିବନି ।

ନିକଙ୍କ କହିବା ହେଉଛି ସିଗଲ୍ସ ସେମାନଙ୍କ ସାଙ୍ଗରେ ଏଭଳି କିଛି ଡିଭାଇସ୍‌ ରଖନ୍ତ ଯାହା ରେକର୍ଡ଼ିଂ କରିପାରେ । ଯାହାର ପ୍ରତ୍ୟେକଟି ଖବର ଏଲିୟନ୍ସଙ୍କ ନିକଟରେ ପହଞ୍ଚିଯାଏ ।