spot_img

Latest Posts

ଆଜି ପଡିବ ହାତ ଗଣ୍ଠି, ଏକାଠି ହେବେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମୁମ୍ବାଇର ପାଲି ହିଲ୍ ସ୍ଥିତ ‘ବାସ୍ତୁ ଆପାର୍ଟମେଣ୍ଟ’ରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ଅପରାହ୍ନ ୨ଟା ୩୦ମି.ରୁ ୪ଟା ମଧ୍ୟରେ ଉଭୟ ସାତ୍ ଫେରା ନେବାକୁ ଯାଉଛନ୍ତି ।

ଖବର ଅନୁଯାୟୀ ଏହି ଷ୍ଟାର୍ କପଲଙ୍କର ହଳଦି ସେରେମୋନି ସରିଯାଇଛି । ରୀତିନୀତି ଅନୁଯାୟୀ ‘ଚୁଡା ରସମ୍’ କୁଳ ଦେବତାଙ୍କ ପୂଜା ଅନୁଷ୍ଠିତ । ଯେଉଁଥିରେ ଉଭୟଙ୍କର ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁ ଏବଂ କିଛି ସେଲିବ୍ରେଟ୍ ସାମିଲ ହେବେ ।

ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ରଣବୀର ଓ ଆଲିଆଙ୍କ ଘର ରହିଛି। ସେଥିପାଇଁ ରଣବୀରଙ୍କ ବରଯାତ୍ରୀ ବାସ୍ତୁ ଆପାର୍ଟମେଣ୍ଟରୁ ବାହାରି ସେହି ଆପାର୍ଟମେଣ୍ଟରେ ହିଁ ରହିବ । ଯେଉଁଥିପାଇଁ ଆପାର୍ଟମେଣ୍ଟର ରାସ୍ତା ଗୁଡିକୁ ରଙ୍ଗୀନ ଆଲୋକମାଳାରେ  ସଜା ଯାଇଛି ।

ଏହି ଷ୍ଟାର୍ କପଲଙ୍କ ବାହାଘରରେ ଦୁଇ ପରିବାରର ୪୦ ଜଣ ସାମିଲ ହେବେ । ଆଜି ରାତି ୭ଟା ବେଳକୁ ଆଲିଆ-ରଣବୀର ମିଡିଆ ସାମ୍ନାରେ ଫଟୋ ପାଇଁ ପୋଜ୍ ମଧ୍ୟ ଦେବ । ୧୬ ତାରିଖ ବେଳକୁ ଦୁହେଁ ଏକ ବଡ଼ ରିସେପସନ୍ ପାର୍ଟି ଦେବେ ବୋଲି ଜଣାପଡିଛି ।

ମେହେନ୍ଦି ସେରେମୋନିରେ ଇମୋସନାଲ୍ ହେଲେ ନିତୁ କପୁର ଏବଂ କରଣ ଜୋହର 
ମେହେନ୍ଦୀ ସେରେମୋନିରେ ରଣବୀରଙ୍କ ମା’ ନିତୁ କପୁର, ରିମା ଜୖେନ, ଭଉଣୀ ରିଦ୍ଧିମା ଏବଂ ଆଲିଆଙ୍କ ପିତା ମହେଶ ଭଟ୍ଟ, ଭଉଣୀ ପୂଜା, ଶାହିନ୍ ଏବଂ ଭାଇ ରାହୁଲ ସାମିଲ ଥିଲେ। ଏମାନଙ୍କ ବ୍ୟତୀତ କରୀନା କପୁର ଖାନ, କରିସ୍ମା କପୁର, ଅରମାନ ଜୖେନ, କରଣ ଜୋହର, ଅନୁଷ୍କା ରଂଜନ, ଶ୍ୱେତା ବଚ୍ଚନ, ନିଖିଲ ନନ୍ଦା ଏବଂ ଅୟାନ ମୁଖାର୍ଜୀଙ୍କ ସମେତ କିଛି ସେଲିବ୍ରେଟି ବି ସାମିଲ ଥିଲେ ।

ଆଲିଆଙ୍କୁ ମେହେନ୍ଦି ଲଗାଇଲା ବେଳେ କରନ ଜୋହର ଭାବପ୍ରବଣ ହୋଇପଡିଥିଲେ । ଖାଲି ଏତିକି ନୁହେଁ ନିତୁ ମଧ୍ୟ ହାତରେ ସ୍ୱାମୀ ଋଷି କପୁରଙ୍କ ନାଁ ଲେଖିବା ସହ ତାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ ।

Latest Posts

Don't Miss