ତଟରକ୍ଷୀବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

1 min read

କୋଚି: କେରଳ କୋଚି ବିମାନ ବନ୍ଦରରେ ଅଘଟଣ । ଭାରତୀୟ ତଟରକ୍ଷୀବାହିନୀର ଏଏଲଏଚ-ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ  । ହେଲିକପ୍ଟର କ୍ରାସ ଯୋଗୁଁ ଘଟଣାରେ ଜଣେ  ଆହତ ହୋଇଛନ୍ତି । ଆଜି ଅପରାହ୍ଣରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନସଡ ଲାଇଟ ହେଲିକପ୍ଟର ଏଏଲଏଚ ଧ୍ରୁବ ମାର୍କ-୩ ଉଡାଣ ଆରମ୍ଭ କରିଥିଲା ।

ତେବେ କୌଣସି କାରଣରୁ ଏହାକୁ ଅଚାନକ ଲ୍ୟାଣ୍ଡିଂ କରିଥିଲେ ପାଇଲଟ । ଲ୍ୟାଣ୍ଡିଂ ବେଳେ ଏହା ୨୫ ଫୁଟ ଉଚ୍ଚରେ ଉଡୁଥିଲା । ଗତ ମାର୍ଚ୍ଚ ୮ ତାରିଖରେ ଭାରତୀୟ ନୌସେନାର ଏକ ଏଏଲଏଚ ମୁମ୍ବାଇ ଉପକୂଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପୁନର୍ବାର ଆଜି କ୍ରାସ ହୋଇଛି ଏହି ହେଲିକପ୍ଟର  । ସେପଟେ ଆହତ ହୋଇଥିବା କର୍ମଚାରୀଙ୍କୁ ଯଥାଶୀଘ୍ର ମେଡିକାଲରେ ଭର୍ତ୍ତି କରାଯାଇଛି  । ସେହିପରି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାର କରାଯାଇଛି  ।