ବିଜେପି ଛାଡି ବିଜେଡିରେ ମିଶିଲେ ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

1 min read

ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ସମର୍ଥକଙ୍କ ମଧ୍ଯରେ ଅଛନ୍ତି ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଲେକ୍ସଜେଣ୍ଡର ଦାସ ଉଚ୍ଚଶିକ୍ଷିତ, ଯାଦବ ସମାଜକୁ ପ୍ରତିନିଧିତ୍ବ କରନ୍ତି । ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି । ଏମାନଙ୍କ ଯୋଗଦାନ ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ସଶକ୍ତ ହେଲା ବୋଲି ସସ୍ମିତ ପାତ୍ର କହିଛନ୍ତି ।

ନିର୍ବାଚନରେ କୋରେଇରେ ବିଜେଡିରେ ବହୁ ଭୋଟରେ ଜିତିବ ବୋଲି ଏହି ମିଶ୍ରଣ ଦ୍ୱାରା କୋରେଇକୁ ବାର୍ତ୍ତା ଯାଉଛି । ଯାଜପୁର ସଂସଦୀୟ କ୍ଷେତ୍ରରେ ଵି ବିଜେଡି ଜିତିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିନେ XIMBରେ ପାଠ ପଢାଇଥିବା ସାର ସସ୍ମିତ ପାତ୍ର ତାଙ୍କୁ ବିଜେଡିରେ ସାମିଲ କରିଥିବାରୁ ସେ ଏହାକୁ ସୌଭାଗ୍ଯ ବୋଲି କହିଛନ୍ତି ଆଲେକ୍ସଜେଣ୍ଡର ଦାସ ।

ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ବିଜେପିରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ବିଜେପି ପାଇଁ ୩୫ ବର୍ଷ କାମ କରିଥିବା ଲୋକଙ୍କୁ ଭୁଲି ଗଲା । ଯାଜପୁରରେ ବିଜେପି ଯାଦବ ସମ୍ପ୍ରଦାୟକୁ ଅଣଦେଖା କଲା । ରାତାରାତି ଆମଦାନୀ ନେତାଙ୍କୁ ଟିକେଟ ଦେଲା । ଶୃଙ୍ଖଳିତ କର୍ମୀ ଭାବେ କାମ କରିବା ସତ୍ତ୍ବେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ । ହଇରାଣ କଲେ । ଜଣେ ଅଭିନେତାଙ୍କୁ ଆଣି ଟିକେଟ ଦେଲା ବିଜେପି । ତେବେ କୋରେଇରେ ବହୁତ ଭୋଟରେ ବିଜେଡି ଜିତିବ । ଏହା ସତ୍ୟ ସନ୍ଧ୍ୟାରାଣୀ ଦାସ ଆମ ମାଆ । ତାଙ୍କୁ ବିଶାଳ ସମ୍ବର୍ଦ୍ଧନା ଦିଆଯାଉଛି । ସେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ଆଲେକ୍ସଜେଣ୍ଡର । ଯାଜପୁରକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ତ୍ୟାଗୀ ଓ ଯାଜପୁର ସମେତ ରାଜ୍ୟ ବିକାଶ ପାଇଁ କାମ କରୁଛନ୍ତି । କୋରେଇ ବିକାଶରେ ସେ ଗୁଣ୍ଡୁଚି ମୂଷା ପରି କାମ କରିବେ ବୋଲି କହିଛନ୍ତି ।