ନୂଆବର୍ଷରେ ମଦ୍ୟପାନ ମାମଲାରେ ଟପ୍ ରେ ରହିଛି ଏହି ରାଜ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଅନ୍ଦାଜରେ ଉତ୍ସବ ମନାଉଛନ୍ତି । କିଏ ନୂଆବର୍ଷରେ ଭଗବାନଙ୍କ ପୂଜାର୍ଚ୍ଚନା କରୁଛି ତ ଆଉ କିଏ ଗରିବ ଲୋକକୁ ଦାନ-ପୂଣ୍ୟ କରୁଥିବା ଦେଖାଯାଇଥିଲା । ତେବେ ୨୦୨୫ର ଆଗମନର ଖୁସି ମନାଇବାକୁ ଯାଇ ଦେଶ-ବିଦେଶରେ ହଜାର ହଜାର କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।  ନୂଆବର୍ଷ ଅବସରରେ ଭାରତୀୟମାନେ କୋଟି କୋଟି ଟଙ୍କାର ମଦ ସେବନ କରିଥିବା ଜଣାପଡ଼ିଛି । ଦେଶର ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ଟପରେ ରହିଛି । ଏହି ରାଜ୍ୟରେ ସର୍ବାଧିକ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ସେହିପରି ଦିଲ୍ଲୀ-ଏନସିଆାରରେ ୪୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ମଦ୍ୟପାନରେ ଏହି ରାଜ୍ୟ ତୃତୀୟ ସ୍ଥାନରେ ରହିଛି । ଏଥର ନୂଆବର୍ଷରେ ମଦ୍ୟପାନ ମାମଲାରେ ଭାରତୀୟମାନେ ଏକ ନୂଆ ରେକର୍ଡ କରିଛନ୍ତି ।

ସେହିପରି କର୍ଣ୍ଣାଟକରେ ଲୋକମାନେ ନୂଆବର୍ଷରେ ୩୦୮ କୋଟି ଟଙ୍କାର ମଦ ସେବନ କରିଛନ୍ତି । ତେଲେଙ୍ଗାନା ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡ଼ିନାହିଁ । ନୂଆବର୍ଷରେ ଏହି ରାଜ୍ୟବାସୀ ୪୦୨ କୋଟି ଟଙ୍କାର ମଦ ସେବନ କରିବା ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କେରଳରେ ୧୦୮ କୋଟି ଟଙ୍କାର ମଦ ବିକ୍ରି ହୋଇଛି । କେବଳ ନୋଏଡ଼ାରେ ଦୁଇ ଦିନରେ ୧୬ କୋଟିର ମଦ ବିକ୍ରି ହୋଇଥିଲା । ଅନଲାଇନ ଆପ୍ସରେ ଆଳୁ ଭୂଜିଆ, ଚିପ୍ସ ଓ ଆଇସ କ୍ୟୁବ ସର୍ବାଧିକ ମାତ୍ରାରେ ବିକ୍ରି ହୋଇଥିଲା । ଚଳିତ ବର୍ଷ ନୂଆବର୍ଷରେ ପାଖାପାଖି ୧୫ ହଜାର କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଡେରାଡୁନ ଓ ନୈନିତାଲ ପର୍ଯ୍ୟଟନ ସ୍ଥଳରେ ସର୍ବାଧିକ ମଦ ବିକ୍ରି ହୋଇଛି । ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ମଦ ବିକ୍ରି ପାଇଁ ମୋଟ ୬୦୦ ଥର ଲାଇସେନ୍ସ ଜାରି କରାଯାଇଥିଲା, ସେଥିମଧ୍ୟରୁ ୩୭ ହଜାରରୁ ଅଧିକ ଇଂରାଜୀ ମଦ ପେଟି ବିକ୍ରି ହୋଇଥିଲା ।