ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ନୂଆ ତଥ୍ୟ, ଭିସେରା ରିପୋର୍ଟରେ ମିଳିଲା ଆଲକହଲ

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ସମ୍ନାକୁ ଆସିଲା ନୂଆ ତଥ୍ୟ । ଚିନ୍ମୟୀ ଭିସେରା ରିପୋର୍ଟରେ ଆଲକହଲ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଗତ ଫେବ୍ରୁଆରୀ ୨୮ ତାରିଖରେ ରହସ୍ୟମୟ ଢ଼ଙ୍ଗରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । ପୁରୁଷବନ୍ଧୁ ଏହି ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଆରମ୍ଭ କରିଥିଲା ଛାନବିନ୍ । ଅନ୍ୟପଟେ ପୁରୁଷ ବନ୍ଧୁ ପ୍ରୀତିମାନର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲା ।

ବୁର୍ଲା ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଛି ।

ଅନ୍ୟପଟେ ଏହି ଘଟଣାରେ ସିନ୍ ରିକ୍ରିଏସନ କରାଇଥିଲା ପୋଲିସ । ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ନେଇ ସିନ୍ ରିକ୍ରିଏସନ୍ ହୋଇଥିଲା । କେମିତି ହୋଇଥିଲା ଚିନ୍ମୟୀଙ୍କ ମୃତ୍ୟୁ ସେନେଇ ପିସି ବ୍ରିଜରେ ନିକଟରେ ଡେମୋ ଦେଖାଇଥିଲେ ପୁରୁଷ ବନ୍ଧୁ । ଫେବ୍ରୁଆରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ବେଳେ, ମାର୍ଚ୍ଚ ୧ ତାରିଖରୁ ହତ୍ୟା ମାମଲା ରୁଜୁ କରି ଛାନବିନ୍ ଚଳାଇଛି ପୋଲିସ ।