ପରଲୋକରେ ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତି

1 min read

ଭୁବନେଶ୍ବର : ଆଉ ନାହାନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ, ସମାଜସେବୀ ପ୍ରଯୋଜକ ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ୟୁନିଟ -୬ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ଶେଷ ଦର୍ଶନ କରିବେ । ପରେ ପାର୍ଥିବ ଶରୀରକୁ ନିଜ ଗାଁ ଜଟଣୀକୁ ନିଆଯିବା ପରେ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯିବ । ତାଙ୍କ ବିୟୋଗରେ ଓୟୁଜେ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।