ଆଖିରେ ଲାଗିଛି ‘ହୀରା’, ଲାଇଟ୍ ପଡ଼ିଲେ ଝଲସି ଉଠେ

ନନ୍ଦିଘୋଷ ବ୍ୟୁରୋ: ଆପଣ ଫିଲ୍ମ ଓ ଟିଭିରେ କଳାକାରଙ୍କୁ ସୁନାର ଦାନ୍ତ ଗାଇ ଥିବା ଦେଖିଥିବେ । କିଛି କିଛି ଲୋକ ବାସ୍ତବରେ ମଧ୍ୟ ସୁନାର ଦାନ୍ତ ଲଗାଇ ଥିବା ଦେଖିଥିବେ । ହେଲେ କେବେ କେହି ନିଜ ଶରୀରର କୌଣସି ଅଙ୍ଗକୁ ହୀରାରେ ତିଆରି କରିଥିବା ଦେଖି ନଥିବେ କି ଶୁଣି ନଥିବେ । ହେଲେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯାହାଙ୍କ ଆଖିରେ ହୀରା ଲଶଗିଛି । ଆଉ ଏହି ହୀରା ଆଖି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଓ କାହିଁକି ତାଙ୍କୁ ନିଜ ଆଖିରେ ହୀରା ଲଗାଇବାକୁ ପଡ଼ିଲା ।

Odditycentra ରିପୋର୍ଟ ଅନୁସାରେ ଅଲବାମାର ମୂଳ ବାସିନ୍ଦା ସ୍ଲେଟର ଜୋନ୍ସଙ୍କ ପାଖରେ ଦୁନିଆର ସବୁଠାରୁ ଦାମୀ କୃତ୍ରିମ ଆଖି ରହିଛି । ଜୋନ୍ସ ଏକ ଜୁଏଲରୀ ଦୋକାନର ମାଲିକ । ସେ ନିଜ କୃତ୍ରିମ ଆଖିରେ ଦୁଇ କ୍ୟାରେଟର ହୀରା ଲଗାଇଛନ୍ତି ।

ନିଜ ଡାହାଣ ଆଖିକୁ ଦେଖାଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ଅଲବାମାର ଏହି ଗହଣା ଦୋକାନର ମାଲିକ ତଥା ଅଭିନେତା ଜୋନ୍ସ କୃତ୍ରିମ ଆଖିରେ ହୀରା ଲଗାଇବାକୁ ମନସ୍ଥ କରିଥିଲେ । ଏକ ରୋଗ କାରଣରୁ ତାଙ୍କ ଡାହାଣ ଆଖିକୁ ଦେଖାଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହାପରେ ସେ କୃତ୍ରିମ ଆଖି ପାଇଁ ବିଶେଷଜ୍ଞ ଜନ୍ ଲିମଙ୍କ ପାଖକୁ ଯାଇଥିଲେ । ଜୋନ୍ସ ତାଙ୍କୁ ଏକ ସ୍ପେଶାଲ ଆର୍ଟିଫଇସିଆଲ ଆଖି ବନାଇବାକୁ ଅର୍ଡର ଦେଇଥିଲେ । ସେ ଏମିତି ଏକ ଆଖି ଚାହୁଁଥିଲେ, ଯେଉଁଥିରେ ସେ ନିଜକୁ ଜଣେ ଜୁଏଲରୀ ଡିଜାଇନର ଭାବେ ଦେଖାଇବାକୁ ଚାହୁଁଥିଲେ । ତେଣୁ ସେ କୃତ୍ରିମ ଆଖିରେ ଦୁଇ କ୍ୟାରେଟର ହୀରା ଲଗାଇବାକୁ କହିଥିଲେ ।

ଲାଇଟ ପଡ଼ିଲେ ଚମକି ଉଠେ ଆଖି

ଜୋନ୍ସଙ୍କ ଆଖିରେ ଲାଗିଥିବା ହୀରାରେ ଲାଇଟ ପଡ଼ିବା ମାତ୍ରେ ଏହା ଚମକି ଉଠିଥାଏ । ଏହି କାରଣରୁ ସେ ଯେଉଁଠିକୁ ଯାଇଥାନ୍ତି, ସେଠାରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ଏହାକୁ ନେଇ ଜୋନ୍ସ କହିଛନ୍ତି, ମୁଁ ପ୍ରକୃତ ଆଖି ହରାଇ ସାରିଛି । ହେଲେ ଏହା ମୋ ଜୀବନରେ ନୂଆ ଆଲୋକ ନେଇ କି ଆସିଛି । ଏହା ମୋ ପାଇଁ ଏକ ସାଧାରଣ ଚିକିତ୍ସା ଉପକରଣଠାରୁ ବହୁତ ଅଧିକା । ଏହା ଏବେ ଏକ ଆର୍ଟିଫିସିଆଲ ଆଖି ନୁହେଁ, ବରଂ ଆର୍ଟିକ୍ୟାକ୍ଟ ହୋଇସାରିଛି । ଆଗକୁ ସେ କହିଥିଲେ, ମୁଁ ୬ ସପ୍ତାହର ଶିଶୁଠାରୁ ନେଇ ୧୦୧ ବର୍ଷର ବ୍ୟକ୍ତିଙ୍କ ପାଇଁ ୧୦ ହଜାରରୁ ଅଧିକ କୃତ୍ରିମ ଆଖି ବନାଇଛି । ହେଲେ ଏହା ସବୁଠାରୁ ଦାମୀ ଆର୍ଟିଫିସିଆଲ ଅଙ୍ଗ ।

ଜୋନ୍ସଙ୍କ ଏହି ହୀରା ଆଖିକୁ ସୋସିଆଲ ମିଡିଆରେବହୁତ ପ୍ରଶଂସା କରାଯାଉଛି । କିଛି ଲୋକ ତାଙ୍କର ଏହି କ୍ରିଏଟିଭିଟିକୁ ପ୍ରଶଂସା କରୁଛନ୍ତି । ଆଉ କିଛି ଲୋକ ନକଲି ଆଖିରେ ଅସଲି ହୀରା ନେଇ ବୁଲିବା ଦ୍ବାରା ତାଙ୍କ ପ୍ରତି ବିପଦ ବଢ଼ି ଯାଇଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ।