ହିଜାବ ବିବାଦ ଭିତରକୁ ଅଲକଏଦାର ଏଣ୍ଟ୍ରି, ଜୱାହରୀ କହିଲା ହିଜାବ୍ ଆମ ହକ୍
1 min read
ୱାଶିଂଟନ୍: କର୍ଣ୍ଣାଟକ ହିଜାବ ବିବାଦରେ ଏଣ୍ଟ୍ରି କରିଛି ଆତଙ୍କବାଦୀ ସଂଗଠନ ଅଲ କାଏଦା। ଅଲ-କାଏଦାର ନେତା ଅଲ-ଜୱାହରୀ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି । ହିଜାବ ପିନ୍ଧାକୁ ନେଇ ଆନ୍ଦୋଳନ କରୁଥିବା ଝିଅ ମାନଙ୍କୁ ସାରା ଦେଶର ମୁସଲମାନ ସମର୍ଥନ କରନ୍ତୁ ବୋଲି ଭିଡ଼ିଓରେ ଅପିଲ୍ କରିଛନ୍ତି ଜୱାହରୀ।
୯ ମିନିଟର ଏହି ଭିଡିଓରେ ଜୱାହରୀ ଆହୁରି କହିଛନ୍ତି, ଭାରତର ହିନ୍ଦୁ ଲୋକତନ୍ତ୍ରରେ ମୁସଲମାନ ମାନଙ୍କୁ ନିର୍ଯାତନା ଦିଆଯାଉଛି। ଏଥିସହିତ କର୍ଣ୍ଣାଟକ ହିଜାବ ବିବାଦ ସମୟରେ ଚର୍ଚ୍ଚାକୁ ଆସିଥିବା ମୁସ୍କାନଙ୍କୁ ସେ ମହାନ୍ ବୋଲି ଅବିହିତ କରିଛନ୍ତି ।
ଫ୍ରାନ୍ସ, ଇଜିପ୍ଟ ଓ ହଲାଣ୍ଡ ହେଉଛି ଇସଲାମ ବିରୋଧୀ ଦେଶ
ଅଲ କାଏଦାର ଏହି ନେତା କହିଛନ୍ତି ଯେ ଫ୍ରାନ୍ସ, ଇଜିପ୍ଟ ଏବଂ ହଲାଣ୍ଡ ହେଉଛି ଇସଲାମ ବିରୋଧୀ ଦେଶ। ଏଥିସହିତ ସେ ପାକିସ୍ତାନ ଏବଂ ବାଂଲାଦେଶ ଉପରେ ମଧ୍ୟ ବର୍ଷିଛନ୍ତି । ୨୦୨୧ ପରେ ଜୱାହରୀଙ୍କର ଏହା ହେଉଛି ପ୍ରଥମ ଭିଡିଓ । ଭିଡିଓ ଆସିବା ପରେ ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସି ମଧ୍ୟ ତତପର ହୋଇପଡିଛି ।
ଅଲ କାଏଦା ମୁଖ୍ୟ ଜୱାହରୀ କିଏ?
ଆମେରିକାର 9/11 ଆକ୍ରମଣରେ ଜୱାହରୀ ଅନ୍ୟଜଣେ ଅଭିଯୁକ୍ତ। ଆମେରିକାର ଆକ୍ରମଣରେ ଓସାମା ବିନ୍ ଲାଡେନଙ୍କ ମୃତ୍ୟୁ ପରେ ଜୱାହରୀ ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିଲେ । ୨୦୧୧ରେ ସେ ଅଲ କାଏଦାର ମୁଖ୍ୟ ହୋଇଥିଲା। ମାତ୍ର ୧୫ ବର୍ଷ ବୟସରେ ଜୱାହରୀଙ୍କୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା | ଇଜିପ୍ଟର ବାସିନ୍ଦା ଜୱାହରୀ ଜଣେ ଚକ୍ଷୁ ଡାକ୍ତର। ସେ ୧୯୭୪ରେ କାଇରୋ ୟୁନିଭରସିଟି ମେଡିକାଲ୍ ସ୍କୁଲରୁ ଗ୍ରାଜୁଏସନ୍ କରିଥିବା ବେଳେ ତାଙ୍କ ପିତା ସେଠାକାର ଜଣେ ପ୍ରଫେସର ଥିଲେ।
ସୁପ୍ରିମକୋର୍ଟରେ ହିଜାବ ବିବାଦର ଶୁଣାଣି ହେବ
କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲା ଖାରଜ ହେବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।