spot_img

Latest Posts

ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥି ସହ ଆଜିଠାରୁ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବଡି ଭୋର ୩ଟା୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିବା ବେଳେ ଶ୍ରୀଜିଉମାନଙ୍କ ନୀତି ଆରମ୍ଭ ହୋଇଛି।

ଅପରାହ୍ନରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ସହ ରଥ ନିର୍ମାଣ ଅନୁକୂଳ ନୀତି ସମ୍ପନ ହେବ।ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ନନ୍ଦା ଓ ଭଦ୍ରା ନୌକାରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ।

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ । ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣ ଏବଂ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ ଏବଂ ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟର ଶୁଭାରମ୍ଭ କରାଯିବ ।

Latest Posts

Don't Miss