ଯେଉଁ ବଙ୍ଗଳାରୁ ସୁରକ୍ଷାକର୍ମୀ ଠେଲି ଦେଇଥିଲେ ସେହି ବଙ୍ଗଳାର ମାଲିକ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ କ୍ୟାରିୟରରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ଆଜି ତାଙ୍କ ପାଖରେ କାର, ବଙ୍ଗଳା, ବ୍ୟାଙ୍କ ବାଲାନ୍ସ ସବୁକିଛି ଅଛି । ସେ ନିଜ କ୍ୟାରିୟର ଆରମ୍ଭରେ ବହୁତ ସଂଘର୍ଷ କରିଛନ୍ତି । ସମୟ ଥିଲା ଯେତେବେଳେ ସେ ଏକ ବଙ୍ଗଳା ସାମ୍ନାରେ ଫଟୋ କ୍ଲିକ୍ କରିବାକୁ ଯାଇଥିଲେ, ସେଠାରୁ ତାଙ୍କୁ ଘଉଡାଇ ଦିଆଯାଇଥିଲା ।

ଅକ୍ଷୟ କୁମାର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପୂର୍ବରୁ ଜୀବନରେ ବହୁତ ସଂଘର୍ଷ କରିଥିଲେ । ଅକ୍ଷୟ କୁମାରଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କ୍ଲିପରେ ଅକ୍ଷୟ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଇବାର ନଜର ଆସିଛନ୍ତି ।

ଅତୀତକୁ ମନେ ପକାଇ ଅକ୍ଷୟ କୁମାର କହିଛନ୍ତି, ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସେ ଜଣେ ଲୋକପ୍ରିୟ ଫଟୋ ଗ୍ରାଫର ଜୟଶଙ୍କ ସହକାରୀ ଥିଲେ । ଗୋଟିଏ ଫଟୋସୁଟ କରିବା ପାଇଁ ସେ ତାଙ୍କର ୪ରୁ ୫ମାସର ବେତନ ମଧ୍ୟ ନେଇ ନଥିଲେ । ସେ ଥରେ ତାଙ୍କୁ ପଚାରିଥିଲେ ଯେ ସେ ତାଙ୍କର ଫଟୋସୁଟ କରିପାରିବେ କି? ଏହା ପରେ ସେ ଫଟୋସୁଟ କରିବା ପାଇଁ ଜୁହୁରେ ଏକ ବଙ୍ଗଳା ନିକଟରେ ପହଞ୍ଚିଥିଲେ । ସେଠାରେ ଫଟୋସୁଟ କରିବା ସମୟରେ ସୁରକ୍ଷାକର୍ମୀ ତାଙ୍କୁ ଘଉଡାଇ ଦେଇଥିଲେ । ଅବଶ୍ୟ ସେତେବେଳକୁ ସେ ୩ରୁ ୪ଟି ଫଟୋସୁଟ କରି ସାରିଥଲେ ।

ଅକ୍ଷୟ କୁମାର ଭିଡିଓରେ କହିଛନ୍ତି, ସେ ରହୁଥିବା ଘର ସମାନ ସ୍ଥାନରେ ତିଆରି ହୋଇଛି । ଅକ୍ଷୟ କୁମାର ତାଙ୍କ ପରିବାର ସହିତ ଏହି ଜୁହୁ ଘରେ ରୁହନ୍ତି । ଖବର ଅନୁଯାୟୀ, ଏହି ବଙ୍ଗଳା ବ୍ୟତୀତ ମୁମ୍ବାଇରେ ତାଙ୍କର ଚାରିଟି ଫ୍ଲାଟ ମଧ୍ୟ ଅଛି । ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ବଡେ ମିୟାଂ ଛୋଟେ ମିୟାଂ’ ଏପ୍ରିଲ୍ ୧୦ ରେ ମୁକ୍ତିଲାଭ କରିବ । ଅକ୍ଷୟଙ୍କ ସହ ଟାଇଗର ଶ୍ରଫ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ।