ବିବାଦରେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି-୨, ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

1 min read

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅକ୍ଷୟ କୁମାର । ତାଙ୍କର ଆଗାମୀ ଫିଲ୍ମ ଓଃ ମାଇ ଗଡ୍ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛନ୍ତି ସେନସର ବୋର୍ଡ । ଫିଲ୍ମକୁ ଆଉଥରେ ରିଭିଜନ୍ କମିଟି ନିକଟରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଅଗଷ୍ଟରେ ୧୧ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ତାପୂର୍ବରୁ ଫିଲ୍ମକୁ ସେନସର ବୋର୍ଡ ବଡ଼ ଝଟକା ଦେଇଛି । ଫିଲ୍ମରେ ଡାଏଲଗକୁ ନେଇ ଆପତ୍ତି ଜଣାଇଛନ୍ତି ସେନସର ବୋର୍ଡ । ଓଏମଜି-୨ରେ ଅକ୍ଷୟ ଓ ପଙ୍କଜଙ୍କ ସହ ଅଭିନେତ୍ରୀ ୟାମି ଗୌତମ ବି ଅଭିନୟ କରିଛନ୍ତି । ଏଥର କାହାଣୀରେ ଈଶ୍ବରଙ୍କ ଅସ୍ତିତ୍ବ ନୁହେଁ, ଈଶ୍ବରଙ୍କ ଉପରେ ଥିବା ଭକ୍ତର ବିଶ୍ବାସକୁ ଗୁରୁତ୍ବ ଦିଅଯାଇଛି । ଟିଜର‌ରେ ପଙ୍କଜ ତ୍ରିପାଠୀଙ୍କୁ ଶିବଙ୍କ ବଡ଼ ଭକ୍ତ ଭାବେ ଦେଖିବାକୁ ମିଳିଛି । ‌ତାଙ୍କ ଆସ୍ଥାକୁ ଦେଖି ଅକ୍ଷୟ ଭଗବାନ ଶିବଙ୍କ ରୂପରେ ତାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ।