ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ
1 min read
ମୁମ୍ୱାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା । ଏନେଇ ନିଜେ ଅକ୍ଷୟ ସୋସିଆଲ ମିଡିଆରେ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ସେ ଆଜି ସକାଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କହିଛନ୍ତି । ଏହା ପରେ ସେ ସମସ୍ତ ପୋର୍ଟକଲ ମାନି ନିଜକୁ ଆଇସୋଲେସନ୍ରେ ରଖିଛନ୍ତି । ଏଥିସହିତ ଆବଶ୍ୟକ ମେଡିସିନ ମଧ୍ୟ ସେବନ କରିଛନ୍ତି । ଯେଉଁ ମାନେ ଗତ କିଛି ଦିନ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜ କରୋନା ଟେଷ୍ଟ କରାଇନେବାକୁ ସେ ନିବେଦନ କରିଛନ୍ତି । ଏଥିସହିତ ସେ ଖୁବ୍ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ
— Akshay Kumar (@akshaykumar) April 4, 2021