ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଲେ ଅକ୍ଷୟ କୁମାର
1 min readଭୋପାଳ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କର ଆଗାମୀ ଫିଲ୍ମ ‘ସେଲ୍ଫି’ର ସୁଟିଂ ପାଇଁ ଭୋପାଳ ଯାଇଛନ୍ତି । ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ମଧ୍ୟ ପ୍ରଦେଶରେ ଫିଲ୍ମ ନିର୍ମାଣ ବ୍ୟତୀତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନା ହେଲା ।
ସାମାଜିକ ଜାଗରଣ ସହିତ ଜଡ଼ିତ ଅକ୍ଷୟ ଫିଲ୍ମ ମାଧ୍ୟମରେ ସମାଜକୁ ଅନେକ ବାର୍ତ୍ତା ଦେଇଥିବା କହିଛନ୍ତି ଶିବରାଜ ସିଂ ଚୌହାନ । ତେବେ ଅକ୍ଷୟ କୁମାରଙ୍କ ସହିତ ହୋଇଥିବା ସାକ୍ଷାତକାର ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି ନିଜେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଫିଲ୍ମ ‘ସେଲ୍ଫି’ର ସୁଟିଂ ପାଇଁ ଅକ୍ଷୟ କୁମାର ଏବେ ଭୋପାଳରେ ଅଛନ୍ତି । ତେବେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଅକ୍ଷୟ କୁମାରଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
आज निवास पर फिल्म अभिनेता श्री @akshaykumar जी से मुलाकात आनंदपूर्ण रही। इस दौरान कई मुद्दों पर चर्चा हुई। प्रमुख सामाजिक विषयों पर आपकी फिल्मों ने जागरूकता का संदेश दिया है। pic.twitter.com/mXdKoYuslF
— Shivraj Singh Chouhan (@ChouhanShivraj) April 14, 2022
भोपाल के स्मार्ट पार्क में अभिनेता श्री @akshaykumar जी और जैन इंजीनियर्स सोसायटी के साथियों के साथ गुलमोहर और अर्जुन का पौधा लगाया।
पौधरोपण जैसा पुनीत कार्य हम सबका सामाजिक कर्तव्य है। अक्षय जी के सहयोग से युवाओं को पौधरोपण के लिए अवश्य प्रेरणा मिलेगी! #OnePlantADay pic.twitter.com/OmiU1BsltS
— Shivraj Singh Chouhan (@ChouhanShivraj) April 14, 2022
जैन इंजीनियर्स सोसायटी, भोपाल ने पर्यावरण संरक्षण के लिए ज्ञानोदय तीर्थ फंदा-भोपाल में करीब 110 पौधे लगाए हैं। सोसायटी सफाई अभियान के माध्यम से लोगों को जागरुक तथा #COVID19 के समय भोजन वितरित करने के साथ अनेक सामाजिक कार्य कर रही है। सोसायटी को मेरी शुभकामनाएं।#OnePlantADay pic.twitter.com/MbDsbuDzq6
— Shivraj Singh Chouhan (@ChouhanShivraj) April 14, 2022
ସୂଚନା ଅନୁସାରେ, ଏହା ପୂର୍ବରୁ ଅକ୍ଷୟ କୁମାର ରାଜ୍ୟ ଗୃହମନ୍ତ୍ରୀ ଡାକ୍ତର ନରୋତ୍ତମ ବିଶ୍ରାଙ୍କୁ ସାକ୍ଷାତ କରିଥିଲେ । ଅକ୍ଷୟ ଭୋପାଳର ଖାଦ୍ୟ ଏବଂ ସୌନ୍ଦର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କୁ କରୋନରୁ ଶୀଘ୍ର ସୁସ୍ଥ ହେବାପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ପ୍ରାର୍ଥନା କରିଥିଲେ ।