ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତା
1 min readନୂଆଦିଲ୍ଲୀ : ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତା । ୭୭ତମ ସ୍ୱାଧୀନତା ଦିବସ ଆବସରରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର । ଖିଲାଡି କୁମାରଙ୍କୁ ଭାରତର ପାସପୋର୍ଟ ମିଳିଛି, ଏହି ଖୁସି ଖବରକୁ ସେ ନିଜ ଟ୍ୱିଟ୍ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି କି, ହୃଦୟ ଓ ନାଗରିକତା ଉଭୟ ହିନ୍ଦୁସ୍ତାନୀ ।
ପ୍ରଥମେ ଅକ୍ଷୟଙ୍କ ପାଖରେ କେବଳ କାନାଡାର ନାଗରିକତା ଥିଲା । ଏବେ ସେ ଭାରତର ନାଗରିକତା ହାସଲ କରି ବହୁତ ଖୁସି । ଏନେଇ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜାଣାଉଛନ୍ତି ।
Dil aur citizenship, dono Hindustani.
Happy Independence Day!
Jai Hind! ?? pic.twitter.com/DLH0DtbGxk— Akshay Kumar (@akshaykumar) August 15, 2023
ସୂଚନା ଅନୁଯାୟୀ, ଅନେକ ଦିନ ଧରି ଅକ୍ଷୟକୁମାର ଭାରତର ନାଗରିକତା ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ । କାରଣ ତାଙ୍କର ଭାରତର ନାଗରିକତା ନଥିଲା, ଯାହା ଦ୍ୱାରା ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡୁଥିଲା । ସୋସିଆଲ ମିଡିଆରେ ଅକ୍ଷୟଙ୍କୁ କାନାଡ଼ା କୁମାରର ଟ୍ୟାଗ୍ କରି ଟ୍ରୋଲ୍ ମଧ୍ୟ କରୁଥିଲେ । ଲୋକମାନେ ତାଙ୍କୁ କହୁଥିଲେ କି, ଆପଣ ଯେଉଁ ଦେଶରେ କାମ କରୁଛନ୍ତି,ସେ ଦେଶର ନାଗରିତା ନାହିଁ । ଏପରି ନାଗରିକତା ବିବାଦକୁ ନେଇ ପ୍ରଶ୍ନରେ ସେ କେବଳ ଉତ୍ତରରେ ସେ କହୁଥିଲେ କି, ମୋ ହୃଦୟ ହିନ୍ଦୁସ୍ତାନୀ ।