ସବୁଠୁ ଅଧିକ ଟିକସ ଦେଉଥିବା ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ଅଧିକ ଟ୍ୟାକ୍ସ ଦେଇ ସମ୍ମାନିତ ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତା ହେଉଛନ୍ତି ଖିଲାଡି କୁମାର । ଏଥିପାଇଁ ତାଙ୍କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଖିଲାଡି କୁମାରଙ୍କୁ ଆୟକର ବିଭାଗ ସମ୍ମାନିତ କରିଥିବା ସାର୍ଟିଫିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚଳିତ ବର୍ଷ ୨୯.୫ କୋଟି ଟଙ୍କା ଆୟକର ଦେଇଛନ୍ତି ।

ଲଗାତାର ୫ବର୍ଷ ଧରି ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରୀ ହାଇଏଷ୍ଟ ଟାକ୍ସ ପେୟର ରହିଆସିଛନ୍ତି । ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟାକ୍ସ ପେୟର ଭାବେ ସମ୍ମାନିତ ହୋଇଛନ୍ତି ସୁପରଷ୍ଟର ରଜନୀକାନ୍ତ । ଚେନ୍ନାଇରେ ଇନକମ ଟାକ୍ସ ଡେ ସେଲିବ୍ରେସନ ଅବସରରେ ରାଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନଙ୍କଠାରୁ ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ଏହି ସମ୍ମାନପତ୍ର ଗ୍ରହଣ କରିଥିଲେ । ଏହାକୁ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି