ଅକ୍ଷୟଙ୍କ ପରେ ଲୋକଙ୍କ ରାଡାରରେ ଶାହାରୁଖ ଓ ଅଜୟ ଦେବଗନ୍‌

1 min read

ମୁମ୍ବାଇ: ଆଜିକାଲି ଗୋଟିଏ ଭୁଲ କରିବା ବଲିଉଡ ଷ୍ଟାରଙ୍କୁ ଭାରି ପଡ଼ୁଛି । ନିକଟରେ ପାନ ମସଲା ବିଜ୍ଞାପନରେ ନଜର ଆସିବା ଅକ୍ଷୟଙ୍କୁ ଖୁବ୍‌ ମହଙ୍ଗା ପଡ଼ିଥିଲା । ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଅକ୍ଷୟଙ୍କ ପ୍ରଶଂସକ ମଧ୍ୟ ତାଙ୍କ ଉପରେ ନାରାଜ ହୋଇଗଲେ । ଶେଷରେ ବାଧ୍ୟ ହୋଇ କ୍ଷମା ମାଗିଲେ ଅକ୍ଷୟ ଏବଂ ପୁନର୍ବାର ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ ଆଶ୍ୱସନା ଦେଲେ । ଏବେ ଅକ୍ଷୟଙ୍କ ପରେ ଶାହାରୁଖ ଏବଂ ଅଜୟଙ୍କୁ ମଧ୍ୟ ଖୁବ୍‌ ଟ୍ରୋଲ କରାଯାଉଛି ।

 

ସୂଚନାଯୋଗ୍ୟ ନିକଟରେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ପାନ ମସଲା ବିଜ୍ଞାପନର ଅଫର ଆସିଥିଲା । କିନ୍ତୁ ଫ୍ୟାନ୍ସଙ୍କ ପାଇଁ ସେ କୋଟି କୋଟି ଟଙ୍କାର ଏହି ଅଫରକୁ ଏଡ଼ାଇ ଦେଲେ । ଅନ୍ୟପଟେ ଅକ୍ଷୟ କୁମାର ମଧ୍ୟ କ୍ଷମା ମାଗିଲେ । ତେବେ ଏହି ବ୍ରାଣ୍ଡ୍‌ ସହିତ ବଲିଉଡର ବଡ଼ ବଡ଼ ନାଁ ଜଡ଼ିତ ଅଛି । ଯେପରିକି ଶାହାରୁଖ୍‌ ଖାନ୍‌ ଏବଂ ଅଜୟ ଦେବଗନ । ଲୋକ ଟ୍ରୋଲ କରି ଲେଖୁଛନ୍ତି ପଦ୍ମଶ୍ରୀ ପାଇଥିବା ତାରକା ପାନ ମସଲାର ବିଜ୍ଞାପନ କରୁଛନ୍ତି । ସାଉଥ୍‌ ସୁପରଷ୍ଟାରଙ୍କ ଠାରୁ ଏମାନଙ୍କୁ ମଧ୍ୟ ଶିଖିବାର ଅଛି ବୋଲି ଟ୍ରୋଲର୍ସ ଲେଖୁଛନ୍ତି । ଆଉ କିଛି ୟୁଜର୍ସ ଲେଖୁଛନ୍ତିଯେ, ଏହା ପାନ ମସଲା ନୁହେଁ ଗୁଟଖା । ଆପଣଙ୍କ ପ୍ରଶଂସକ ଆପଣଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି, ଦୟାକରି ଏଭଳି ମୋଟିଭେଟ୍‌ କରନ୍ତୁ ନାହିଁ ।