ଶୁଭେଚ୍ଛୁଙ୍କୁ କ୍ଷମା ମାଗିଲେ ଖିଲାଡି କିଙ୍ଗ ଅକ୍ଷୟ କୁମାର, କହିଲେ, ଆଉ କରିବି ନାହିଁ ଗୁଟଖା କମ୍ପାନୀର ବିଜ୍ଞାପନ

1 min read

ମୁମ୍ବାଇ: ଶେଷରେ ନିଜର ଶୁଭେଚ୍ଛୁଙ୍କୁ କ୍ଷମା ମାଗିଲେ ଖିଲାଡି କିଙ୍ଗ ଅକ୍ଷୟ କୁମାର । ଗୁଟଖା କଂପାନୀର ପ୍ରମୋସନ୍ ପାଇଁ ଅକ୍ଷୟ କୁମାରଙ୍କ ବିଜ୍ଞାପନକୁ ନେଇ ସାରା ଦେଶରେ ବିବାଦ ପରେ ସେ କ୍ଷମା ମାଗିଛନ୍ତି । ଗତକାଲି ବିଳମ୍ବିତ ରାତିରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଗତ କିଛି ଦିନ ଧରି ଶୁଭେଚ୍ଛୁଙ୍କ ପ୍ରତିକ୍ରିୟା ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି । ସେ ଆଉ କୌଣସି ଗୁଟଖାର ପ୍ରଚାର ପାଇଁ ବିଜ୍ଞାପନରେ କାର୍ଯ୍ୟ କରିବେ ନାହିଁ । ବିମଲ ଇଲାଇଚିରୁ ମିଳିଥିବା ଅଂଶଧନକୁ ସେ ଏକ ଭଲ କାମରେ ବିନିଯୋଗ କରିବେ ଏବଂ କଂପାନୀ ସହ ତାଙ୍କର ଚୁକ୍ତି ରଦ୍ଦ କରିବା ସଂପର୍କରେ ସେ ସୂଚନା ଦେଇଛନ୍ତି ।

ତେବେ ଚୁକ୍ତି ଅନୁଯାୟୀ ଆଇନଗତ ସମୟସୀମା ସରିବା ପର୍ଯ୍ୟନ୍ତ କଂପାନୀ ଏହି ବିଜ୍ଞାପନ ଚଲାଇପାରେ, କିନ୍ତୁ ସେ ଏଥିରୁ ଓହରି ଯାଇଥିବା ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ପୂର୍ବରୁ ଶାହାରୁଖ୍ ଖାନ୍, ଅଜୟ ଦେବଗନ୍ ଗୁଟଖା କଂପାନୀରେ ବିଜ୍ଞାପନ କରି ବିବାଦରେ ରହି ସାରିଛନ୍ତି । ଏବେ ଅକ୍ଷୟ ଏଭଳି କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।