ସମାଜବାଦୀର ସଂଘର୍ଷ ଇତିହାସରେ ଆଜିର ଦିନ ଛପି ରହିବ: ଅଖିଳେଶ ଯାଦବ
1 min readନୂଆଦିଲ୍ଲୀ: ବିଜେପି ସରକାର ଆଜି ଜାଣିଶୁଣି ହେଲିକପ୍ଟରକୁ ଅଟକାଇଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ମୁଜାଫରନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶଙ୍କୁ ଯିବାକୁ ଥିଲା ।
ପ୍ରାୟ ଅପରାହ୍ନ ୨ଟା ୩୪ମି. ସମୟରେ ସେ ଟ୍ୱିଟ୍ କରି ଅଭିଯୋଗ କରିଥିଲେ ଯେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖାଯାଇଛି। ହେଲିକପ୍ଟର ଉଡ଼ିବାକୁ ଦିଆଯାଉ ନାହିଁ। କିନ୍ତୁ ଏଠାରୁ ଏବେ ଜଣେ ବରିଷ୍ଠ ବିଜେପି ନେତା ଉଡାଣ ଭରିଲେ । ହେଲେ ଆମକୁ ମୁଜାଫରନଗର ଯିବାକୁ ଅନୁମତି ଦିଆଯାଉ ନାହିଁ। ପରାଜିତ ବିଜେପିର ଏହା ଏକ ନୖେରାଶଜନକ ଷଡଯନ୍ତ୍ର। ଲୋକମାନେ ସବୁକିଛି ବୁଝୁଛନ୍ତି|
मेरे हैलिकॉप्टर को अभी भी बिना किसी कारण बताए दिल्ली में रोककर रखा गया है और मुज़फ़्फ़रनगर नहीं जाने दिया जा रहा है। जबकि भाजपा के एक शीर्ष नेता अभी यहाँ से उड़े हैं। हारती हुई भाजपा की ये हताशा भरी साज़िश है।
जनता सब समझ रही है… pic.twitter.com/PFxawi0kFD
— Akhilesh Yadav (@yadavakhilesh) January 28, 2022
ତେବେ ୩ଟା ବେଳକୁ ଅଖିଳେଶ ଯାଦବ ମୁଜାଫରନଗରକୁ ଉଡ଼ାଣ ଭରିଥିବା ନେଇ ଖବର ଆସିଥିଲା। ପରେ ପୁଣି ଅଖିଳେଶ ଟ୍ୱିଟ୍ କରି କହିଛନ୍ତି ଯେ କ୍ଷମତାର ଅପବ୍ୟବହାର ହେଉଛି ପରାଜିତ ଲୋକଙ୍କର ସଙ୍କେତ । ଏହି ଦିନ ସମାଜବାଦୀ ସଂଗ୍ରାମ ଇତିହାସରେ ରେକର୍ଡ ହେବ!
सत्ता का दुरूपयोग हारते हुए लोगों की निशानी है… समाजवादी संघर्ष के इतिहास में ये दिन भी दर्ज होगा!
हम जीत की ऐतिहासिक उड़ान भरने जा रहे हैं… pic.twitter.com/RLrio4WNWm
— Akhilesh Yadav (@yadavakhilesh) January 28, 2022