୨୦୨୨ ଉପରେ ଆଖି,ଅଖିଳେଶ ତିଆରି କରୁଛନ୍ତି କୃଷ୍ଣ ମୂର୍ତ୍ତି
1 min readଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ କିଛି ରାଜନୈତିକ ପାର୍ଟି ବ୍ରାହ୍ମଣ ଭୋଟ ଟାଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଯେଉଁଥିପାଇଁ ସମାଜବାଦୀ ପାର୍ଟିଠାରୁ ବିଏସପି ଏବେ ସମସ୍ତଙ୍କର ପର୍ଶୁରାମ ପ୍ରେମ ଦେଖିବାକୁ ମିଳୁଛି । ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ ରାମ ଜନ୍ମଭୂମି ଆନ୍ଦୋଳନ ପ୍ରାସଙ୍ଗିକତା ହରାଇଛି । ତେଣୁ ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦଳ ସବୁ ଏବେ ପର୍ଶୁରାମଙ୍କୁ ପ୍ରତୀକ ଭାବେ ଗ୍ରହଣ କଲେଣି । ବିଏସପି ପର୍ଶୁରାମଙ୍କ ବିରାମ ମୁର୍ତ୍ତି ନିର୍ମାଣ କରିବା କଥା କହିସାରିଲାଣି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଭିନ୍ନ ରାସ୍ତା ଚୟନ କରିଛନ୍ତି । ରାମ ମନ୍ଦିରକୁ ନେଇ ଚାଲିଥିବା ରାଜନୀତି ମଧ୍ୟରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ନଜର ଆସିଛନ୍ତି ଅଖିଳେଶ ।
View this post on Instagram
जय कान्हा जय कुंजबिहारी जय नंद दुलारे जय बनवारी श्रीकृष्ण जन्माष्टमी की सबको अनंत शुभकामनाएँ!
ବାସ୍ତବରେ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉପଲକ୍ଷେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ପତ୍ନି ଡିମ୍ପଲଙ୍କ ସହିତ ନଜର ଆସିଛନ୍ତି । ଫଟୋରେ କୃଷ୍ଣଙ୍କର ଏକ ବଡ଼ ମୂର୍ତ୍ତି ନଜର ଆସିଛି, ଯାହାକୁ ଅଖିଳେଶ ତାଙ୍କ ପୈତୃକ ଗାଁରେ ନିର୍ମାଣ କରୁଛନ୍ତି । ଅଖିଳେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି , ଜୟ କାହ୍ନା ଜୟ କୁଞ୍ଜବିହାରୀ ଜୟ ନନ୍ଦ ଦୁଲାରେ । ଏହା ସହିତ ସମସ୍ତଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭକାମନା ମଧ୍ୟ ଜଣାଇଛନ୍ତି । ତେବେ ଅଖିଳେଶ ଅଧିକାଂଶ ସମୟରେ କୁହନ୍ତିଯେ ସମସ୍ତେ ଭଗବାନ ବିଷ୍ଣୁଙ୍କ ଅବତାର ଏବଂ ଆମେ କାହାର ମଧ୍ୟ ପୂଜା କରିଥାଉ ।
ବାସ୍ତବରେ ଗତ କିଛି ଦିନ ହେବ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ବିରୁଦ୍ଧରେ ବ୍ରାହ୍ମଣ ସମ୍ପ୍ରଦାୟର ବିକ୍ଷୋଭ ଆଚରଣ ସାମ୍ନାକୁ ଆସିଥିଲା । ଯେଉଁ କାରଣରୁ ପ୍ରତ୍ୟେକ ରାଜନୈତିକ ପାର୍ଟି ନିଜ ଦିଗ ପରିବର୍ତ୍ତନ କରିଥିଲେ । ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିକଟରେ ଅଖିଳେଶ ଯାଦବ ପ୍ରଚାର ମଧ୍ୟ ଆରମ୍ଭ କଲେଣି ।
ଅଯୋଧ୍ୟରେ ରାମ ମନ୍ଦିର ନିକଟରେ ଯୋଗୀ ସରକାର ରାମଙ୍କ ମୃର୍ତ୍ତି ନିର୍ମାଣ କରୁଛନ୍ତି । ଏହା ପୂର୍ବରୁ ଅଖିଳେଶ ଯାଦବ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଅବଶ୍ୟ ଏହା ଏବେ ପ୍ରାୟ ନିର୍ମାଣ ହୋଇ ଆସିଲାଣି । ଯାହାର ଉଚ୍ଚତା ପ୍ରାୟ ୫୧ ଫୁଟ । ଏହାର ଓଜନ ପ୍ରାୟ ୬୦ ଟନ୍ । ମୂର୍ତ୍ତିର ଆଖପାଖକୁ କୁରୁକ୍ଷେତ୍ରରେ ମହାଭାରତର ଯୁଦ୍ଧର ରୂପ ଦିଆଯିବ ।
କୃଷ୍ଣଙ୍କୁ ଯାଦବ ମାନେ ନିଜ ସହ ଯୋଡନ୍ତି । କୃଷ୍ଣଙ୍କ ମୁର୍ତ୍ତି ନିର୍ମାଣ କରି ଅଖିଳେଶ ହିନ୍ଦୁ ଭୋଟ ବିଶେଷକରି ଯାଦବଙ୍କ ଭୋଟ ଆଶା କରୁଛନ୍ତି ବୋଲି ବିରୋଧୀ କହୁଛନ୍ତି ।