spot_img

Latest Posts

କେନ୍ଦ୍ର ସରକାରଙ୍କୁ ଲୋକସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଶାଣିତ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ଲୋକସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଶାଣିତ ଟାର୍ଗେଟ। ସେ କହିଛନ୍ତି- ଜନତା କହୁଛନ୍ତି ଏହି ସରକାର ଚାଲିପାରିବ ନାହିଁ। ଖୁବ ଶୀଘ୍ର ଏହାର ପତନ ହେବ। ଏହାର ଭିତ୍ତି ଦୁର୍ବଳ। ସାରା ଭାରତ ବୁଝି ସାରିଛି ଇଣ୍ଡିଆ ମେଣ୍ଟର ନୈତିକ ବିଜୟ ହୋଇଛି। ଏହାର ସକାରାତ୍ମକ ରାଜନୀତି ରହିଛି। ସାମାଜିକ ନ୍ୟାୟ ନେଇ ଇଣ୍ଡିଆ ଗ୍ଯାରେଣ୍ଟି ଦେଇଛି। ସାମ୍ପ୍ରଦାୟିକ ରାଜନୀତିର ଅନ୍ତ ଘଟୁ ଏହା ଇଣ୍ଡିଆ ମେଣ୍ଟ ଚାହେଁ। ଏହି ଲୋକସଭା ନିର୍ବାଚନରେ ସାମ୍ପ୍ରଦାୟିକ ଶକ୍ତିର ପରାଜୟ ଘଟିଛି। ଦେଶରେ ମୁଣ୍ଡ ପିଛା ନିମ୍ନରେ ରହିଛି। ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି। ଦେଶର ଅର୍ଥନୀତି କୁଆଡେ ଗଲାଣି ତାହା ସରକାର ଜାଣିପାରିନାହାନ୍ତି। ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥିତି ଚିନ୍ତା ସୃଷ୍ଟି କରିଛି। ଏନଡିଏ ମେଣ୍ଟ ନିଜ ସ୍ବାର୍ଥରେ ରାଜନୀତି ପରିଚାଳନା କରୁଛି। ଲୋକସଭା ନିର୍ବାଚନରେ ନକାରାତ୍ମକ ରାଜନୀତି ହୋଇଛି। ସମ୍ବିଧାନକୁ ମର୍ଯ୍ୟାଦା ଦେଉଥିବା ଦଳର ବିଜୟ ହୋଇଛି ବୋଲି କହିଛନ୍ତି ଅଖିଳେଶ। ସେ କହିଛନ୍ତି- ଆଶାର ପ୍ରତୀକ ଯୁବକଯୁବତୀଙ୍କ ଭବିଷ୍ଯତ ନଷ୍ଟ କରିଛନ୍ତି ସରକାର। ପ୍ରଶ୍ନପତ୍ର ଲିକ୍ ନହେବାର ଗ୍ଯାରେଣ୍ଟି ସରକାର ଦେଇପାରିବେନାହିଁ। ଅସତ୍ଯ ଉପରେ ସତ୍ଯର ବିଜୟ ହୋଇଛି। ଇଭିଏମ ପ୍ରସଙ୍ଗରେ ସେ କହିଛନ୍ତି-ଇଭିଏମ ଉପରେ ତାଙ୍କର ଭରସା ନାହିଁ। ୮୦ରୁ ୮୦ ଆସନରେ ବିଜୟୀ ହେଲେ ବି ତାଙ୍କର ଇଭିଏମ ଉପରେ ଭରସା ରହିବ ନାହିଁ। ଇଭିଏମ ହଟାଇବା ଅଭିଯାନ ଲାଗି ସେ ସଂଗ୍ରାମ ଜାରି ରଖିବେ। ସେପଟେ ଇଡି, ସିବିଆଇ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ।….

Latest Posts

Don't Miss