ଡବଲ ଇଞ୍ଜିନ ସରକାରରେ ଡବଲ ଧୋକା : ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଉପରେ ବର୍ଷିଲେ ସମାଜବାଦୀ ପାଟି ମୁଖ୍ୟ ଅଖିଳେଶ ଯାଦବ । ଯେଉଁଠି ଡବଲ ଇଞ୍ଜିନ ସରକାର ସେଠାରେ ଡବଲ ଧୋକା ବୋଲି କହିଛନ୍ତି ଅଖିଳେଶ ଯାଦବ । ଡବଲ ଇଞ୍ଜିନ ସରକାରରେ ଡବଲ ଦରଦାମ ବୃଦ୍ଧି, ଡବଲ ବେରୋଜଗର ହେଉଛି । ବିଜେପି ଲୋକଙ୍କ ଠାରୁ ନେବାରେ ବ୍ୟସ୍ତ । ବିମୁଦ୍ରିକରଣ କରି ଟଙ୍କା ନେଲେ, ଏବେ ୱାକଫ ବିଲ୍ ଜରିଆରେ ଜମି ନେଉଛନ୍ତି । ୟୁପିରେ ଡବଲ ଇଞ୍ଜିନ ସରକାରରେ ଡବା ଫେଲ୍, ଓଡ଼ିଶାରେ ମଧ୍ୟ ତାହା ହେବ ବୋଲି କହିଛନ୍ତି ଅଖିଳେଶ ଯାଦବ ।