୩୦୦ ପାରର ନାରା ଦେଲେ ଅଖିଳେଶ

ନନ୍ଦିଘୋଷ ବ୍ୟୁରୋ: ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ହେବାକୁ ଥିବାବେଳେ ସମାଜବାଦୀ ପାର୍ଟି ୩୦୦ ପାର ଆସନରେ ବିଜୟୀ ହେବ ବୋଲି ସପା ମୁଖ୍ୟ ଅଖିଳେଶ ଯାଦବ ନାରା ଦେଇଛନ୍ତି । ୟୁପିରେ ସମାଜବାଦୀ ପାର୍ଟି ସାଂସଦ ଅଧିକ ଜିତିଥିବାବେଳେ ସେ ଜନସମର୍ଥନକୁ ସ୍ବାଗତ କରିଛନ୍ତି । ତେବେ ସେ କହିଛନ୍ତି କି, ଅସଲ ଖେଳ ୨୦୨୭ ବିଧାନସଭା ନିର୍ବାଚନ ସମୟରେ ହେବ ।

କହି ରଖୁଛୁ କି, ଅଖିଳେଶ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାୟକ ରହିଥିବାବେଳେ ଏବେ ସାଧାରଣ ନିର୍ବାଚନରେ ସାଂସଦଭାବେ ବିଜୟୀ ହୋଇଛନ୍ତି। ଏଣୁ ସେ ବିଧାନସଭା ଆସନ ଛାଡ଼ିବେ ବୋଲି କୁହାଯାଉଛି । ତେବେ ସେ ଆଜି କିମ୍ବା ଆସନ୍ତାକାଲି ନିଜର ଇସ୍ତଫାପତ୍ର ପ୍ରଦାନ କରିବେ । ଏବଂ ଦିଲ୍ଲୀ ଯିବେ । ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରଦର୍ଶନକୁ ନେଇ ଅଖିଳେଶ ବେଶ ଖୁସି ରହିଛନ୍ତି । ଏହାସହ ସେ କହିଛନ୍ତି କି, ଏହା ବାସ ଆରମ୍ଭ । ଆଗକୁ ବଡ଼ ଲଢ଼େଇ ବାକି ରହିଛି ।

ଏହାସହ ଅଖିଳେଶ କହିଛନ୍ତି କି, ସରକାର ଗଠନ କରିଥିବା ଦଳ ମଧ୍ୟ ଖୁସି ନାହାନ୍ତି । ଜନତା ପରିବର୍ତ୍ତନ ପାଇଁ ଆମକୁ ବିପୁଳ ସମର୍ଥନ ଦେଇଛନ୍ତି । କେନ୍ଦ୍ରରେ ସରଗାର ଗଠନ କରିଥିବାବେଳେ ନେତାଙ୍କ ମୁହଁରେ ଖୁସି ନାହିଁ । ଯଦି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିଥାନ୍ତା ଜନତା ଅଧିକ ଖୁସି ହୋଇଥାନ୍ତେ । ତେବେ ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଜନତା ପ୍ରତ୍ୟାଖ୍ୟାନ କରିବେ ଏବଂ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି କହିଛନ୍ତି ଅଖିଳେଶ ।