spot_img

Latest Posts

ପୁଣି କରୋନା ସଂକ୍ରମିତ ହେଲେ ଖିଲାଡ଼ି କୁମାର

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି କୁମାର ପୁଣି କରୋନା ସଂକ୍ରମିତ । କରୋନା ସଂକ୍ରମିତ ହେବା ସମ୍ପର୍କରେ ଅକ୍ଷୟ କୁମାର ନିଜେ ଶନିବାର ନିଜ ଟ୍ବିଟ କରି ଜଣାଇଛନ୍ତି । ତେବେ ଗତବର୍ଷ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ଅକ୍ଷୟ । କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଅକ୍ଷୟ କୁମାର କହିଛନ୍ତି।

ଏ ନେଇ ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, କାନ୍‌ସ୍ ‘ଇଣ୍ଡିଆନ୍‌ ପାଭିଲିୟନ୍‌’ରେ ଆମ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବାକୁ ଇଚ୍ଛାଥିଲା। କିନ୍ତୁ, ଦୁଃଖର ବିଷୟ ମୁଁ କୋଭିଡ୍‌ ପଜିଟିଭ୍‌ ହୋଇଛି । ତେଣୁ, ବିଶ୍ରାମ ନେବାକୁ ପଡ଼ିବ । କିନ୍ତୁ ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ଶୁଭେଚ୍ଛା ଅନୁରାଗ ଠାକୁର । ସତରେ ସେଠାକୁ ନ ଯାଇ ପାରିବାରୁ ମୁଁ ଦୁଃଖିତ ଅନୁଭବ କରିବି।

ସୂଚନା ଅନୁସାରେ, ୭୫ତମ ଉଦ୍‌ଘାଟନୀ ଉତ୍ସବରେ ‘କାନ୍‌ସ୍ ୨୦୨୨ ରେଡ୍‌ କାର୍ପେଟ୍‌’ରେ ସଙ୍ଗୀତକାର ଏ.ଆର୍‌. ରହମନ୍, ଆର୍‌. ମାଧବନ୍, ନୱାଜୁଦ୍ଦିନ୍‌ ସିଦ୍ଦିକି, ନୟନତାରା, ତମନ୍ନା ଭାଟିଆ, ଶେଖର କପୁର, ‘ସିବିଏଫ୍‌ସି’ ମୁଖ୍ୟ ପ୍ରସୂନ ଯୋଶୀ, ରିକି କେଜ୍‌, ପୂଜା ହେଗ୍‌ଡ଼େ, ଶେଖର କପୁର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଅକ୍ଷୟ କୁମାର ନଜର ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

Latest Posts

Don't Miss