ଜନ୍ମଦିନରେ ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ କୁମାର

1 min read

ନନ୍ଦିଘୋଷ ବ୍ୟୁରୋ: ମହାକାଳଙ୍କ ଶରଣରେ ଅକ୍ଷୟ କୁମାର । ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ୫୬ ବର୍ଷ ବୟସରେ ଅକ୍ଷୟ କୁମାର ପାଦ ଦେଇଥିବାବେଳେ ସକାଳୁ ସକାଳୁ ମହାକାଳେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେ ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ସହ କ୍ରିକେଟର ଶିଖର ଧାଓ୍ବନ ମଧ୍ୟ ନଜର ଆସିଛନ୍ତି । ତେବେ ନିକଟରେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ OMG 2 ରିଲିଜ୍ ହୋଇଥିଲା । ଏହା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ସହ ଭଲ ରୋଜଗାର ମଧ୍ୟ କରିଛି । ଜନ୍ମଦିନ ଅବସରରେ ଆଉ ଏକ ଫିଲ୍ମ ଘୋଷଣା କରିପାରନ୍ତି ଅକ୍ଷୟ କୁମାର । ସେପଟେ ଦୀର୍ଘଦିନ ହେବ ଭାରତୀୟ କ୍ରିକେଟ ଦଳରୁ ବାହାରେ ରହିଛନ୍ତି ଶିଖର ଧାଓ୍ବନ । ଦିନିକିଆ ବିଶ୍ବକପ କିମ୍ବା ଏସିଆ କପରେ ତାଙ୍କୁ ମିଳିନାହିଁ ।