ସ୍କାଏକିଙ୍ଗ୍ ଠକେଇ ମାମଲା, ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ

Crime Branch Questioned Akash Pathak On Tata Motors Fake Job Case

ଭୁବନେଶ୍ୱର: ସ୍କାଏକିଙ୍ଗ୍ ଠକେଇ ମାମଲା । ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା। ଟାଟା ମୋଟର୍ସର ଏମ୍‌ଡି କହି ସ୍କାଏକିଙ୍ଗରୁ ଚାର୍ଟର ପ୍ଲେନ୍‌ ବୁକ୍ କରିଥିଲେ ଆକାଶ । ଲକ୍‌ଡାଉନ୍‌ ସମୟରେ ଭାବୀ ଶ୍ୱଶୂର ଓ ପରିବାର ସଦସ୍ୟଙ୍କ ସହ ଅୟସ କରୁଥଲେ ।

ଟାଟାର ଜାଲ୍‌ ଲୋଗୋ ଓ ଲେଟରପ୍ୟାଡ୍‌ରେ ଆକାଶ ନିଜେ ଚିଠି ଲେଖି ଏସବୁ ବୁକିଂ କରିଥିଲେ ।  ଏସମ୍ପର୍କିତ ଦସ୍ତାବିଜ୍ ପୋଲିସକୁ ଦେଇଛି ସ୍କାଏକିଙ୍ଗ । ଚାର୍ଟର ଫ୍ଲାଇଟ୍‌ ବୁକିଂ ବାବଦରେ ୨କୋଟିରୁ ଅଧିକ ଟଙ୍କାର ବିଲ୍ ହୋଇଥିଲା । ସେହିପରି ଷ୍ଟାର ହୋଟେଲ୍ ବୁକିଂ ବାବଦରେ ୧୭ ଲକ୍ଷରୁ ଅଧିକ ବିଲ୍‌ ହୋଇଥିଲା । ଏବାବଦରେ ବାକି ରହିଛି ୬୫ ଲକ୍ଷରୁ ଅଧିକ । ଏନେଇ ଜୁନିଅର ପାଠକଙ୍କ ମୁଖା ଖୋଲିବା ସହ ଖାରବେଳନଗର ଥାନାରେ ସ୍କାଏକିଙ୍ଗ ଫେରାଦ ହୋଇଥିଲା । ଆକାଶଙ୍କୁ ରିମାଣ୍ଡରେ ନେଇ ଜାଲିଆତି ନେଇ ତନାଘନା କରିବ ପୋଲିସ ।

Leave a Reply