ଆକାଶ ପାଠକ୍‌ ଚଳାଇଥିଲେ ଫେକ୍‌ ସାମ୍ରାଜ୍ୟ, ଗୁମର ଖୋଲିଲେ ପିଟର

AKASH PATHAK

ଭୁବନେଶ୍ୱର: ଆକାଶ ପାଠକ୍‌ ଚଳାଇଥିଲେ ଫେକ୍‌ ସାମ୍ରାଜ୍ୟ । ଅତି ଚତୁରତାର ସହ ଆକାଶ ପାଠକ ଚଳାଇଥିଲେ ତାଙ୍କ ଜାଲ୍ ସାମ୍ରାଜ୍ୟ । ପାଖାପାଖି ୮ ମାସ ଧରି ତାଙ୍କ ପାଖରେ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିବା ପିଟରକୁ ମଧ୍ୟ ଅସଲ କଥା ଜାଣିବାର କୌଣସି ସୁଯୋଗ ଦେଇନଥିଲେ ଆକାଶ । କିନ୍ତୁ ଏବେ ସେ ଜାଣିସାରିଛନ୍ତି ଯେ, ଆକାଶ ଚଳାଇଥିଲେ ଏକ ଫେକ୍‌ ସାମ୍ରାଜ୍ୟ । ଏହି ଫେକ୍‌ ସାମ୍ରାଜ୍ୟର ନକଲି ଏମ୍‌ଡି ସାଜିଥିଲେ ଆକାଶ ପାଠକ୍‌ ।

Tata Has Clarified That Akash Pathak Was Never Their Employee

ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମ୍‌ଡି ବୋଲି କହି ସମଗ୍ର ଦେଶରେ କରୁଥିଲେ ରିକ୍ରୁଟ୍‌ମେଣ୍ଟ । ଗ୍ରାଜୁଏଟ୍ ଇଂଜିନିୟର ଟ୍ରେନି ଓ ଗ୍ରାଜୁଏଟ୍‌ ଟ୍ରେନି ପଦବୀ ପାଇଁ ହୋଇଥିଲା ରିକ୍ରୁଟ୍‌ମେଣ୍ଟ । ପ୍ରଥମ ପର୍ଯ୍ୟାୟରେ ୮୦ ଜଣଙ୍କୁ ରିକ୍ରୁଟ୍‌ କରାଯାଇଥିଲା । ସେମାନଙ୍କୁ ଅନଲାଇନ୍‌ ଟ୍ରେନିଂ ମଧ୍ୟ ଦିଆଯାଉଥିଲା । ଲେଟର ଅଫ୍‌ ଇଣ୍ଟେଣ୍ଟ ପାଇସାରିଥିଲେ ସେମାନେ । ପୁଣି ହୋଇଥାନ୍ତା ଦ୍ୱିତୀୟ ପର୍ଯ୍ୟାୟ ରିକ୍ରୁଟମେଣ୍ଟ । ଏତେ ସବୁ କଥା ଚାଲିଥିଲେ ମଧ୍ୟ ପିଟର କେବେ ଟାଟାର କୌଣସି ଅଧିକାରୀଙ୍କୁ ଦେଖିନାହାନ୍ତି । ଯାହାଙ୍କୁ ଟାଟାର ମାନବ ସମ୍ବଳ ଅଧିକାରୀ ବୋଲି ପରିଚିତ କରାଯାଇଥିଲା ଓ ଯାହାଙ୍କୁ ପ୍ରିନ୍ସପାଲ୍‌ ସେକ୍ରେଟାରୀ କୁହାଯାଇଥିଲା ସେମାନଙ୍କ ସହ ପିଟରଙ୍କର ଟେଲିଫୋନ୍‌ରେ ବା ମେଲ୍‌ରେ ହିଁ ଯୋଗାଯୋଗ ହେଉଥିଲା ।

Vigilance Traced Another 1.47 Crores In Akash Pathak’s Account

ଟାଟାର ମୁଖ୍ୟ କାର୍ଯ୍ୟାଳୟକୁ ପିଟରକୁ କେବେ ନେଇ ଯାଇନଥିଲେ ଆକାଶ । ଟାଟାର ‘ପୁନେ ପାସେଞ୍ଜର ଡିଭିଜନ’ ବୋଲି କୁହାଯାଉଥିବା ଅଫିସ୍‌ଟି, ଚାଲିଥିଲା ଓ୍ୱାଟର୍ସ ଆପାର୍ଟମେଣ୍ଟର ପାର୍କିଂ ସ୍ପେଶ୍‌ରେ । ଏସବୁ ରିକ୍ରୁଟମେଣ୍ଟ ପାଇଁ ତାଲିକା ପଠାଉଥିଲେ ରାଓ ବାବୁ । ରାଓ ବାବୁ ରୁହନ୍ତି ଓଡ଼ିଶାର ବ୍ରହ୍ମପୁର ସହରରେ । ତାଙ୍କ ପୂରା ନାମ ସର୍ବେଶ୍ୱର ରାଓ । ଓଡ଼ିଶାର ସବୁ କଲେଜର ଡାଟାବେସ୍‌ କାଳେ ତାଙ୍କ ପାଖରେ ଅଛି ବୋଲି ପିଟରଙ୍କୁ କୁହାଯାଇଥିଲା । ସର୍ବେଶ୍ୱର ରାଓ କ୍ୟାମ୍ପସ ଇଣ୍ଟରଭ୍ୟୁ କରି ତାଲିକା ପଠାଉଥିଲେ । ଏସବୁ ତଥ୍ୟ ପିଟରଙ୍କୁ ଜେରା ବେଳେ ବାହାରକୁ ଆସିଛି ।

Jail Or Bail For Gopalpur MLA Pradeep Panigrahi

ହେଲେ ଏବେ ପ୍ରଶ୍ନ ଉଠୁଛି, ବ୍ରହ୍ମପୁରର ଏ ସର୍ବେଶ୍ୱର ରାଓ କିଏ ? ସର୍ବେଶ୍ୱର ରାଓଙ୍କ ସହ ଆକାଶଙ୍କ ସଂପର୍କ ହେଲା କେମିତି ? ଏପ୍ରଶ୍ନର ଉତ୍ତର ଖୋଜିଲା ବେଳେ ସାମ୍ନାକୁ ଆସିଲା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ । ସର୍ବେଶ୍ୱର ରାଓ ହେଉଛନ୍ତି, ଜଣେ ଅବସରପ୍ରାପ୍ତ ଅଧ୍ୟାପକ । ସମସ୍ତେ ଜାଣନ୍ତି ସର୍ବେଶ୍ୱର ରାଓ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ଅନୁଗତ । ଗୋପାଳପୁର ଅଂଚଳରୁ ତାଙ୍କ ଜରିଆରେ ହିଁ ସଂଗ୍ରହ ହୋଇଛି ଚାକିରୀ ଦେବା ନାଁରେ ଟଙ୍କା । କାହାଠୁ ୬ ଲକ୍ଷ ତ କାହାଠୁ ୪ ଲକ୍ଷ । ଠକେଇର ଶୀକାର ହୋଇଥିବା ଲୋକେ ଏ ସଂପର୍କରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି ।

ପିଟର ଆହୁରି କହିଛନ୍ତି ଯେ, ଆକାଶ ବାରବାର୍‌ ମୁମ୍ବାଇ ଯାଉଥିଲେ । ସେଠାରେ ତାଜ୍‌ ହୋଟେଲ୍‌ରେ ରହୁଥିଲେ । ବର୍ଷକ ଭିତରେ ପ୍ରାୟ ୧୫ଥର ସେ ତାଜ୍‌ ହୋଟେଲ୍‌ରେ ରହିଥିବେ । କେବେ ଦୁଇ ଦିନ ତ କେବେ ୪ ଦିନ ଏକକାଳିନ ସେ ରହିଛନ୍ତି । ବେଳେବେଳେ ସାଙ୍ଗରେ ବାପା ମାଆ ଓ ଭାବି ଶାଶୁ ଶ୍ୱଶୁର ମଧ୍ୟ ତାଙ୍କ ସହ ସେଠାରେ ରୁହନ୍ତି ।

ସେହିଭଳି ଚାର୍ଟର ଫ୍ଲାଇଟ୍‌ ବ୍ୟବହାର ସଂପର୍କରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ପିଟର । ପିଟର କହିଛନ୍ତି ଚାର୍ଟର ଫ୍ଲାଇଟ୍‌ ପାଇଁ ଥରକେ ସର୍ବାଧିକ ୩୨ ଲକ୍ଷ ଟଙ୍କା ଭଡ଼ା ଦିଆଯାଇଛି । ପୁଣେରେ ଆକାଶ ଦୁଇଟି ଫ୍ଲାଟ୍‌ ଭଡ଼ାରେ ରଖିଛନ୍ତି । ସେଠାରେ ଗୋଟିଏ ଫାର୍ମ ହାଉସ୍‌ ମଧ୍ୟ ରଖିଛନ୍ତି । ଓ୍ୱାଟର୍ସ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ପାଇଁ ମାସିକ ୩ ଲକ୍ଷ ୨୦ ହଜାର ଟଙ୍କା ଭଡ଼ା ଦିଆଯାଉଥିଲା ।

Leave a Reply