କ୍ରାଇମବ୍ରାଞ୍ଚ ତଦନ୍ତ ଜାଲରେ ଫସିଲା ଠକ ଆକାଶ ପାଠକଙ୍କ PS, ଜେରା ବେଳେ ମିଳିଲା ଏମିତି ବିସ୍ଫୋରକ ତଥ୍ୟ

1 min read

ଭୁବନେଶ୍ୱର: ଆକାଶ ପାଠକଙ୍କ ଜାଲିଆତିର ଖୋଲୁଛି ଗୁମର ପେଡ଼ି । ଠକ ବାପ-ପୁଅଙ୍କ ସହ ଜଡ଼ିତ ଥିବା ସବୁ ସଦସ୍ୟଙ୍କୁ ତଦନ୍ତ ଘେରକୁ ଘୋଷାଡ଼ୁଛି କ୍ରାଇମବ୍ରାଞ୍ଚ । କୌଣସି ଦିଗକୁ ବି ହାତଛଡ଼ା କରିବାକୁ ଚାହୁଁନାହାହିଁ କ୍ରାଇମବ୍ରାଞ୍ଚ । ସେଥିପାଇଁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଆକାଶଙ୍କ ପିଏସ୍‌ ଡେଭିଡ ପିଟରଙ୍କୁ ମହାରାଷ୍ଟ୍ରର ପୁନେରୁ ଉଠାଇ ଆଣି ଜେରା ଆରମ୍ଭ କରିଛି । ଜେରାବେଳେ ପିଟର ଆକାଶଙ୍କ ସଂପର୍କରେ ବହୁ ବିସ୍ଫୋରକ ତଥ୍ୟ ପ୍ରକାଶ କରିଥିବା କୁହାଯାଉଛି । ଆକାଶଙ୍କ ଜାଲ ନେଟୱର୍କ କେବଳ ଓଡ଼ିଶା ବା ଗଞ୍ଜାମରେ ସୀମିତ ନଥିଲା । ଏହି ଜାଲ ରାକେଟ ବ୍ୟାପୀଥିଲା ସମଗ୍ର ଦେଶରେ ।

କ୍ରାଇମବ୍ରାଞ୍ଚ କବ୍‌ଜାରେ ଡେଭିଡ ପିଟର ପହଞ୍ଚିବା ପରେ ଏବେ ଆକାଶ ପାଠକଙ୍କର ବହୁ ରହସ୍ୟ ଖୋଲିବାରେ ଲାଗିଛି । ଡେଭିଡ ପିଟରଙ୍କ ବୟାନ ଆକାଶ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିପାରେ । ଡେଭିଡ ପିଟର ଆକାଶର ପୁନେ ଅଫିସରେ ରହୁଥିଲେ । ସେହି ଅଫିସର ଚିତ୍ର ମଧ୍ୟ ଆମର ହସ୍ତଗତ ହୋଇଛି ।

ସାଇନବୋର୍ଡରେ ଆକାଶ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମଡି ବୋଲି ଲେଖାଯାଇଥିବାବେଳେ ଡେଭିଡ ପିଟର ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ପିଏ ବୋଲି ଲୋଖାଯାଇଛି । ଏତେବଡ଼ ଜାଲିଆତି ଦୀର୍ଘ ଦିନ ଧରି ଚାଲିଥିବାବେଳେ ଖୋଦ ଟାଟା ମୋଟର୍ସ ଏ ସଂପର୍କରେ କେମିତି ଜାଣିପାରୁନଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ଅବଶ୍ୟ ଗତ ମାର୍ଚ୍ଚ ମାସରେ ଆକାଶ ସଂପର୍କରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ମାମଲା ଦାଏର ହୋଇଥିଲା  । ଆଜି ଆକାଶ ପାଠକ ଓ ତାର ଆଇଏଫଏସ ପିତା ଅଭୟକାନ୍ତ ପାଠକଙ୍କ ଭିଜିଲାନ୍ସ ରିମାଣ୍ଡ ସରୁଛି  । ଏବେ ଡେଭିଡ ପିଟରଙ୍କ ଖୁଲାସା ପରେ ହୁଏତ ପୁଣି ଆକାଶଙ୍କୁ କ୍ରାଇମବ୍ରାଞ୍ଚ ପୁଣି ରିମାଣ୍ଡରେ ନେଇ ଅଧିକ ଖୁଲାସା କରିପାରେ  ।

Leave a Reply