ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ, କହିଲେ କୌଣସି ଦୁର୍ନୀତି ହୋଇନାହିଁ

1 min read

ଭୁବନେଶ୍ୱର: ଅଭୟଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି । ମୁମ୍ବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଭିଜିଲାନ୍ସର ସ୍ୱତନ୍ତ୍ର ୧୦ ଜଣିଆ ଟିମ୍ ଭୁବନେଶ୍ୱର ଆଣିଛି ପହଞ୍ଚଇଛନ୍ତି । ବାପା ପଇସାରେ ମଉଜ କରୁଥିବା ଆକାଶ ପାଠକଙ୍କୁ ହେପାଜତରେ ନେଇଛି ଭିଜିଲାନ୍ସ । ସେପଟେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ରଖି କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି ଆକାଶ ପାଠକ । ତେବେ ଭିଜିଲାନ୍ସ ହାତକୁ ଆକାଶ ଆସିବା ପରେ ଏବେ ଜେରା କରିବ ଭିଜିଲାନ୍ସ ।

ଅଭୟଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି ।  ବର୍ତ୍ତମାନ ସୁଦ୍ଧା ୧୩ଟି ସ୍ଥାନରେ ରେଡ୍ କରାଯାଇଛି । ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁର ଘର, ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁଣେରେ ଆପାର୍ଟମେଣ୍ଟ, କାର୍ଯ୍ୟାଳୟ, ଫାର୍ମ ହାଉସ୍, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ପୁଣେ ଏବଂ ରାଜସ୍ଥାନର ଉଦୟପୁର ଯେଉଁଠି ଏବେ ବି ଯାଞ୍ଚ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ଲକ୍ଷ ନଗଦ ଟଙ୍କା ମିଳିଛି । ଏହାବାଦ୍ ବ୍ୟୟବହୁଳ ଘରୋଇ ସାମଗ୍ରୀ, ୮୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ୨୩ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର କ୍ରୟ ସମ୍ବନ୍ଧୀୟ ଅଧିକ ଦଲିଲ ମଧ୍ୟ ମିଳିଛି । ପୁଅର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯. ୪ କୋଟି ଟଙ୍କା ନଗଦ ଜମା ରହିଛି । ସେଥିମଧ୍ୟରୁ ପ୍ରାୟ ୮.୪ କୋଟି ଟଙ୍କା ଭୁବନେଶ୍ୱରରେ ଜମା କରାଯାଇଛି ।  ସହିଦନଗର ଏବଂ ନୟାପଲ୍ଲୀରେ ଏଟିଏମ୍ ମାଧ୍ୟମରେ ଜମା କରାଯାଇଛି । ତାଙ୍କ ପୁଅଙ୍କ ନାମରେ ମର୍ସିଡିଜ୍, ବିଏମଡବ୍ଲୁ ଏବଂ ଟାଟା ହ୍ୟାରିୟର ଏବଂ ତିନୋଟି ମହଙ୍ଗା ୟାମାହା FzS ବାଇକ୍ ପଞ୍ଜିକୃତ ହୋଇଛି ।

Leave a Reply