ବିଜେପିକୁ ମହଙ୍ଗା ପଡିଛି ନୂଆ କୃଷି ବିଲ: ଏନ୍ଡିଏରୁ ଓହରିଲା ଅକାଳୀ ଦଳ
1 min read
ପଞ୍ଜାବ: ବିଜେପିକୁ ମହଙ୍ଗା ପଡିଛି ନୂଆ କୃଷି ବିଲ । ଆରମ୍ଭରୁ ଏହି ବିଲକୁ ବିରୋଧ କରୁଥିବା ସାଥୀ ଦଳ ଶିରୋମଣୀ ଅକାଳୀ ଦଳ ଏବେ NDA ଛାଡିଛି । ଏ ନେଇ ଘୋଷଣା କରିଛନ୍ତି ଦଳୀୟ ସୁପ୍ରିମୋ ସୁଖବୀର ସିଂ ବାଦଲ । ଦଳର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ନୂଆ କୃଷି ବିଲକୁ ବିରୋଧ କରି ପୂର୍ବରୁ ଦଳୀୟ ସାଂସଦ ହରସିମରତ କୌର ମନ୍ତ୍ରୀ ପଦ ଛାଡିଥିଲେ । ନୂଆ କୃଷି ବିଲ ଆସିଲେ ଦେଶର ଚାଷୀମାନେ ଅନେକ ସମସ୍ୟାରେ ପଡିବେ ବୋଲି ଅଭିଯୋଗ କରିଛି ଅକାଳୀ ଦଳ । NDAର ବହୁ ପୁରୁଣା ସାଥୀ ଦଳ ହେଉଛି ଶିରୋମଣୀ ଅକାଳୀ ଦଳ । ହେଲେ ଏବେ କୃଷି ବିଲକୁ ବିରୋଧ କରି NDAର ହାତ ଛାଡିଛନ୍ତି ସୁଖବୀର ସିଂ ବାଦଲ ।