ଓଜନ କମ ସହ ଦୁଇଗୁଣା ରେଞ୍ଜ ଏବଂ ଶତ୍ରୁ ପାଇଁ ଅଧି ଘାତକ, ସେନା ପାଇଁ ଦେଶରେ ପ୍ରସ୍ତୁତ ହେବ ଏକେ-୨୦୩ ଆସଲ୍ଟ ରାଇଫଲ

1 min read

ନୂଆଦିଲ୍ଲୀ: ଭାରତୀୟ ସେନା ଖୁବ୍ ଶୀଘ୍ର ସ୍ୱଦେଶୀ ଏକେ-୨୦୩ ଆସଲ୍ଟ ରାଇଫଲ୍ର ବ୍ୟବହାର କରିବ। ଏହି ପ୍ରସଙ୍ଗରେ ଭାରତ ଏବଂ ଋଷ ମଧ୍ୟରେ ହୋଇଥିବା ଚୁକ୍ତି ଚୂଡାନ୍ତ ହେବାକୁ ଯାଉଛି। କୁହାଯାଉଛି ଯେ ୫ ହଜାର କୋଟିର ଚୁକ୍ତି ଅନୁଯାୟୀ ଆସନ୍ତା ଦଶ ବର୍ଷ ପାଇଁ ଉତ୍ତରପ୍ରଦେଶର ଆମେଥୀରେ ୬.୦୧ ଲକ୍ଷ ଏକେ-୨୦୩S ଆସଲ୍ଟ ରାଇଫଲ ତିଆରି କରାଯିବ। ଏହାପୂର୍ବରୁ ଋଷରୁ ଭାରତକୁ ପ୍ରାୟ ୭୦ ହଜାରରୁ ୧ ଲକ୍ଷ ଆଟାକ୍ ରାଇଫଲ, ପାର୍ଟସ୍ ଏବଂ ଟେକ୍ନୋଲୋଜି ଆସିବ। କାରଖାନା ପ୍ରତିଷ୍ଠା ହେବାର ୩୨ ମାସରୁ ଭାରତୀୟ ସେନା ରାଇଫଲ ପାଇବା ଆରମ୍ଭ କରିବ।

 

ଭାରତ ଏବଂ ଋଷ ଏକତ୍ର ଏକେ-୨୦୩ ଆସଲଟ୍ ରାଇଫଲ୍‌କୁ ତିଆରି କରିବେ। ଏକେ ସିରିଜର ଏହା ହେଉଛି ସବୁଠାରୁ ଆଧୁନିକ ଏବଂ ସାଂଘାତିକ ରାଇଫଲ। ଏହି ରାଇଫଲକୁ ତିଆରି କରିବାକୁ ଯାଉଥିବା କମ୍ପାନୀର ନାମ ହେଉଛି ଇଣ୍ଡୋ-ଋଷ ରାଇଫଲସ ପ୍ରାଇଭେଟ ଲିମିଟେଡ୍ (IRRPL)। ଏହି ରାଇଫଲ ଅନେକ ଦଶନ୍ଧି ଧରି ଭାରତୀୟ ସେନା ଦ୍ୱାରା ବ୍ୟବହୃତ ଇନ୍‌ସାସ୍‌ ରାଇଫଲର ସ୍ଥାନ ଗ୍ରହଣ କରିବ। ଭାରତୀୟ ସେନାକୁ ୭.୦୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲର ଆବଶ୍ୟକତା ରହିଛି।

 

ଏହି ରାଇଫଲ ସମ୍ବନ୍ଧରେ ଭାରତ ଏବଂ ଋଷରେ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରୁଷରୁ ୭୦ ହଜାରରୁ ୧ ଲକ୍ଷ ରାଇଫଲ ଆମଦାନୀ ହେବ। ବାକି ୬.୦୫ ଲକ୍ଷ ରାଇଫଲ ଆମେଠିରେ ତିଆରି ହେବ। ଏହି ରାଇଫଲର ପ୍ରଥମ ପ୍ରୋଟୋଟାଇପ୍ ୨୦୦୭ ମସିହାରେ ଏକେ-୨୦୦ ନାମରେ ଆସିଥିଲା। ​​ଏହି ରାଇଫଲକୁ ଏକେ-୨୦୦ ସିରିଜରେ ରଖାଯାଇଛି।

 

୨୦୧୩ ରେ ରେଟନିକ ପ୍ରୋଗ୍ରାମ ଅଧୀନରେ, ଏକେ-୨୦୩ କୁ ଏକେ-୧୦୩-୩ ଭାବରେ ନାମିତ କରାଗଲା।  ତା’ପରେ ୨୦୧୯ରେ ଏକେ-୩୦୦ ଏବଂ ଏକେ-୧୦୦M ରାଇଫଲ ଆସିଲା, ଯାହା ସମାନ ସିରିଜର ଥିଲା।  କିନ୍ତୁ ୨୦୧୯ ମସିହାରେ ଏହାର ନାମ ଏକେ-୨୦୩ ରଖାଗଲା।

 

ଏକେ-୨୦୩ ଆସାଲେଟ୍ ରାଇଫଲ୍ ଇନ୍‌ସାସ୍‌ ରାଇଫଲ ଅପେକ୍ଷା ଛୋଟ, ହାଲୁକା ଏବଂ ସାଂଘାତିକ। ମାଗାଜିନ ଏବଂ ବାୟୋନେଟ ବିନା ଇନ୍‌ସାସ୍‌ ରାଇଫଲର ଓଜନ ୪.୧୫ କିଲୋଗ୍ରାମ। ଯେତେବେଳେ କି, ଏକେ-୨୦୩ ର ଓଜନ ୩.୮ କିଲୋଗ୍ରାମ। ଇନ୍‌ସାସ୍‌ ରାଇଫଲର ଦୈର୍ଘ୍ୟ ୯୬୦ ମିଲିମିଟର ଥିବାବେଳେ ଏକେ-୨୦୩ ମାତ୍ର ୭୦୫ ମିମି।  କମ୍ ଓଜନ ଏବଂ କମ୍ ଦୈର୍ଘ୍ୟ ସହିତ ବନ୍ଧୁକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସହଜରେ କ୍ୟାରି କରାଯାଇପାରେ। ଲମ୍ବା କମ୍‌ ହୋଇଥିବାରୁ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସହଜରେ ବ୍ୟବହାର କରିହୁଏ।

 

ଏକେ-୨୦୩ ରାଇଫଲରେ ୭.୬୨x୩୯mm ର ବୁଲେଟ୍ ଅଛି, ଯାହା ଏହାକୁ ଅଧିକ ମାରାତ୍ମକ କରିଥାଏ। ଯେତେବେଳେ କି ଇନ୍‌ସାସ୍‌ ୫.୫୬x୪୫mm ବୁଲେଟ୍ ବ୍ୟବହାର କରେ। ସେପଟେ ଇନ୍‌ସାସ୍‌ର ୪୦୦ ମିଟର ରେଞ୍ଜ ଥିବାବେଳେ ଏକେ-୨୦୩ ଆକ୍ରମଣ ରାଇଫଲର ରେଞ୍ଜ ୮ଶହ ମିଟର ରହିଛି। ଯାହାଦ୍ୱାରା ଏହି ରାଇଫଲକୁ ବ୍ୟବହାର କରି ଶତ୍ରୁକୁ ବହୁ ଦୂରରୁ ଆକ୍ରମଣ କରାଯାଇପାରିବ।

Leave a Reply