ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଲେ ସିଇଓ
1 min read
ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିର୍ବାଚନ ଆୟୋଗଙ୍କୁ ଆବଗତ କରିଛନ୍ତି । ପିପିଲି ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଇନତଃ ରିଟର୍ଣ୍ଣିଂ ଅଫିସର ଉପ-ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହାପରେ ଏ ନେଇ ଗତକାଲି ହିଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଏହା ପରେ ନିର୍ବାଚନ ଆୟୋଗ ନୂଆ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ସିଇଓ ଶ୍ରୀ ଲୋହାନୀ । ନୂଆ କରି ବିଜ୍ଞପ୍ତି ଜାର ହେବା ପରେ ଯେଉଁ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି କେବଳ ସେହି ଦଳ ପ୍ରାର୍ଥୀ ଦେଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ନିର୍ବାଚନ ଫଳାଫଳ ମଇ ୨ରେ ପ୍ରକାଶ ପାଇବାକୁ ଥିବା ବେଳେ ଏହାରି ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରିବେ ବୋଲି ଆଶା କାରାଯାଉଛି ।