ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜଙ୍କ ଦେହାନ୍ତ

1 min read

ଭୁବନେଶ୍ୱର: ପୁଅ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ଚାଲିଗଲେ ମାଆ । ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ମାଆଙ୍କ ମଧ୍ୟ ଦେହାନ୍ତ ହୋଇଛି । ତାଙ୍କ ମାଆ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।  କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ। ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ପଜିଟିଭ୍ ଜଣାପଡିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୂରା ପରିବାର ।

ଏଥିସହିତ ପଢ଼ନ୍ତୁ: ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ?

Leave a Reply