ନ୍ୟୁଜିଲାଣ୍ଡ ଟିମରେ ‘ମୁମ୍ବାଇ’ ବୋଲରଙ୍କ କମାଲ; ଗୋଟିଏ ଇନିଂସରେ ହାସଲ କଲେ ୧୦ ଓ୍ୱିକେଟ
1 min readମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ଏହି ଟେଷ୍ଟର ପ୍ରଥମ ଇନିଂସରେ ୩୨୫ ରନ କରିଛି ଭାରତ । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଇତିହାସ ରଚିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ତରଫରୁ ଯାହା କୌଣସି ସ୍ପିନର କରିପାରିନଥିଲେ ତାହା କରିଦେଖାଇଛନ୍ତି ଭାରତରେ ଜନ୍ମିତ ଏଜାଜ ପଟେଲ । ଏକାକୀ ଭାରତକୁ ଅଲଆଉଟ କରିଛନ୍ତି ଏଜାଜ । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ ଓ୍ବିକେଟ ହାସଲ କରି ରଚିଛନ୍ତି ଇତିହାସ । ତୃତୀୟ ବୋଲର ଭାବରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ଏଜାଜ ।
Only the third bowler to claim all 10 wickets in an innings in the history of Test cricket ?
Take a bow, Ajaz Patel! #WTC23 | #INDvNZ | https://t.co/EdvFj8QtKD pic.twitter.com/negtQkbeKd
— ICC (@ICC) December 4, 2021
ଗୋଟିଏ ଇନିଂସରେ ସମସ୍ତ ୧୦ ଓ୍ୱିକେଟ ହାସଲ କରିବାରେ ଏଜାଜ ହେଉଛନ୍ତି ବିଶ୍ୱରେ ତୃତୀୟ ବୋଲର । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଜିମ୍ ଲକେର ଏବଂ ଭାରତର ଲିଜେଣ୍ଡ ସ୍ପିନର ଅନିଲ କୁମ୍ବଲେ ଏହି ରେକର୍ଡ ହାସଲ କରିଥିଲେ । ଇଂଲଣ୍ଡର ଜିମ୍ ଲକେର ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଓ୍ୱିକେଟ ହାସଲ କରିଥିଲେ । ଲେକର ୫୧.୨ ଓଭର ବୋଲିଂ କରି ୫୩ ରନରେ ଦେଇ ହାସଲ କରିଥିଲେ ୧୦ ଓ୍ୱିକେଟ । ସେହିପରି ଅନିଲ କୁମ୍ବଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ରଚିଥିଲେ ଏହି ରେକର୍ଡ । ଅନିଲ କୁମ୍ବଲେ ୨୬.୩ ଓଭର ବୋଲିଂ କରି ୭୪ ରନ ଦେଇ ୧୦ ଓ୍ବିକେଟ ହାସଲ କରିଥିଲେ । ତେବେ ଆଜି ଏଜାଜ ପଟେଲ ୪୭.୫ ଓଭର ବୋଲିଂ କରି ୧୧୯ ରନ ଦେଇ ସମସ୍ତ ୧୦ ଓ୍ୱିକେଟ ହାସଲ କରିଥିଲେ ।
Incredible achievement as Ajaz Patel picks up all 10 wickets in the 1st innings of the 2nd Test.
He becomes the third bowler in the history of Test cricket to achieve this feat.#INDvNZ @Paytm pic.twitter.com/5iOsMVEuWq
— BCCI (@BCCI) December 4, 2021
ଏଜାଜ ପଟେଲଙ୍କ ପାଇଁ ମୁମ୍ବାଇ ଟେଷ୍ଟ ଅତ୍ୟନ୍ତ ସ୍ମରଣୀୟ ରହିଛି। କାହିଁକି ନା ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ଆଉ ଏବେ ତାଙ୍କ ଜନ୍ମସ୍ଥାନରେ ଏମିତି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା କୌଣସି ନ୍ୟୁଜିଲାଣ୍ଡ ସ୍ପିନର କରିନଥିଲେ । ଏଜାଜ ପଟେଲ ୧୦ ଓ୍ୱିକେଟ ହାସଲ କରି ଯେତେବେଳେ ପ୍ୟାଭିଲିୟନ ଫେରିଥିଲେ ସେ ସମୟରେ ଭାରତୀୟ ଖେଳାଳି ମଧ୍ୟ ଏଜାଜଙ୍କୁ ଅଭିବାଦନ ଦେଇଥିଲେ ।