ଭଂସାଲିଙ୍କ ଫିଲ୍ମରେ ଏକାଠି ଆସିବେ ଅଜୟ ଓ ରଣବୀର
1 min readସିନେପ୍ରେମୀଙ୍କ ପାଇଁ ଏକ ବଢ଼ିଆ ଖବର । ସଂଜୟ ଲୀଲା ଭଂସାଲି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ଏକ ରିମେକ ଫିଲ୍ମ କରିବାକୁ ଯାଉଛନ୍ତି । ୧୯୫୨ର କ୍ଲାସିକ ଫିଲ୍ମ ବାଇଜୁ ବାୱରାର ରିମେକ କରିବେ ଭଂସାଲି ।
ଏହି ଫିଲ୍ମଟି ପାଇଁ ଭଂସାଲି, ଅଜୟ ଦେବଗନ ଓ ରଣବୀର ସିଂ ଙ୍କୁ ଅଫର ଦେଇଛନ୍ତି ।
ରଣବୀର ସିଂ ଏଥିରେ ବାଇଜୁ ଭୂମିକାରେ ଓ ଅଜୟ ତାନସେନ ଭୂମିକାରେ ଦେଖାଯିବେ ।
୨୦୨୧ ଦୀପାବଳି ବେଳକୁ ଏହି ଫିଲ୍ମ ରିଲିଜ୍ ହେବ ବୋଲି ଭଂସାଲି ଘୋଷଣା କରିଛନ୍ତି । ଭଂସାଲିଙ୍କ ଫିଲ୍ମରେ ସବୁବେଳେ ନୂତନତ୍ୱ ଥାଏ ଆଉ ସିନେପ୍ରେମୀ ସବୁବେଳେ ଭନସାଲିଙ୍କ ପ୍ରୋଜେକ୍ଟକୁ ପସନ୍ଦ କରନ୍ତି । ଭଂସାଲି ସୋସିଆଲ ମିଡିଆରେ ଏହି ଫିଲ୍ମ କଥା ଘୋଷଣା କରି ସିନେପ୍ରେମୀଙ୍କ ଉତ୍ସୁକତା ବଢ଼ାଇ ଦେଇଛନ୍ତି । ')}