ମୁମ୍ବାଇ ଗଳିରେ ଦାଦାଗିରି କରୁଥିଲେ ଅଜୟ ଦେବଗନଙ୍କ ବାପା

ମୁମ୍ବାଇ: କହିବାକୁ ଗଲେ ପ୍ରାୟ ସମସ୍ତେ ନିଜ ବାପାଙ୍କୁ ହିରୋ ମାନନ୍ତି  । ଠିକ୍ ସେହିଭଳି   ଅଜୟ ଦେବଗନ୍  ମଧ୍ଯ ତାଙ୍କ ବାପା ବୀରୁ ଦେବଗନ୍ ଙ୍କୁ ତାଙ୍କର ହିରୋ ଏବଂ ଗୁରୁ ମାନନ୍ତି   । ନିକଟରେ କଫି ଉଇଥ୍ କରନ୍ ସିଜିନ୍ ୮ ର ଏକ ନୂଆ ଏପିସୋଡ୍ ରେ ଅଜୟ ଦେବଗନ୍ ତାଙ୍କ ପିତା ବୀରୁ ଦେବଗନ୍ ତଥା ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ଙ୍କର  ବିଷୟରେ କିଛି ରୋମାଞ୍ଚକର କଥା ର ଖୁଲାସା କରିଥିଲେ  । ଅଜୟ ଦେବଗନ୍ କହିଥିଲେ ଯେ  ତାଙ୍କ ପିତା ବୀରୁ ଦେବଗନ୍ ତାଙ୍କ ଜୀବନରେ ବହୁ କଷ୍ଟର ସାମ୍ନା କରିଥିଲେ  । ବୀରୁ ଦେବଗନ୍ ଗୋଟିଏ ଷ୍ଟ୍ରିଟ୍ ଗ୍ଯାଙ୍ଗ୍ ର ସଦସ୍ଯ ଥିଲେ  । ତାଙ୍କୁ ବଲିଉଡ୍ ର ଏକ ସିନିୟର୍ ଡାଇରେକ୍ଟର୍ ଦେଖି ତାଙ୍କ ସହ କାମ କରିବାକୁ ଇଛା କଲେ  । ଶେଷରେ ବୀରୁ ଦେବଗନ୍ ଙ୍କୁ ସମ୍ମାନ ଏବଂ ନାଁ ମିଳିଥିଲା ଯାହାର ସେ ହକ୍ ଦାର୍ ଥିଲେ  ।

ଅଜୟ ଦେବଗନ୍ କହିଥିଲେ ଯେ ତାଙ୍କ ବାପା ବୀରୁ ଦେବଗନ୍  ପଞ୍ଜାବରେ ଥିବା  ତାଙ୍କ ଘରୁ ୧୩ ବର୍ଷ ବୟସରେ ଲୁଚି ପଳାଇଆସିଥିଲେ  । ଆଉ ସବୁଠାରୁ ରୋଚକ କଥା ଥିଲା ଯେ ସେ ମୁମ୍ବାଇ ବିନା ଟ୍ରେନ୍ ଟିକେଟ୍ ରେ ଆସିଥିଲେ  । ଯେଉଁଥିପାଇଁ ତାଙ୍କୁ ଜେଲ୍ ମଧ୍ଯ ଯିବାକୁ ପଡିଥିଲା  । ଜେଲ୍ ରୁ ବାହାରିବା ପରେ ଖାଇବା ପାଇଁ ନାଁ ତାଙ୍କ ପାଖରେ ପଇସା ଥିଲା ନାଁ କିଏ କାମ ଦେଉଥିଲା  । କିନ୍ତୁ ପରେ ଜଣେ  ବ୍ଯକ୍ତି ବୀରୁ ଦେବଗନ୍ ଙ୍କୁ ସାହାଯ୍ୟ କରିଥିଲେ  । ସେହି  ବ୍ଯକ୍ତି ଜଣକ ତାଙ୍କୁ କହିଥିଲେ ଯେ ଯଦି ତୁମେ ମୋ ଗାଡି ସଫା କରିବ  ତେବେ ଯାଇ ମୁଁ ତୁମକୁ ମୋ  ଘରେ ଶୋଇବାକୁ ଦେବି  । ତାଙ୍କ ବାପା ସେହିଠାରୁ ତାଙ୍କର ସଂଘର୍ଷର କ୍ଯାରିଅର୍ ଆରମ୍ଭ କରିଥିଲେ  । ତା ପରେ ସେ ବଢେଇ କାମ କରୁଥିଲେ  ।  ଓ ପରେ ସେ ସାୟନ୍ କାଳିଘୋଡାର ଗ୍ଯାଙ୍ଗଷ୍ଟର ହେଲେ  ।