ଟ୍ୟାକ୍ସ ଦେଉ ନାହାଁନ୍ତି ଐଶ୍ୱର୍ଯ୍ୟା, ଘରେ ଝୁଲିଲା ନୋଟିସ୍
ମୁମ୍ବାଇ: ଟ୍ୟାକ୍ସ ଦେଉ ନାହାଁନ୍ତି ବଲିଉଡ ବିୟୁଟି । ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏବେ ଚର୍ଚ୍ଚା । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି । ଆଉ ଯାହାକୁ ନେଇ ଐଶ୍ବର୍ଯ୍ୟାଙ୍କ ଘରେ ପହଁଚିଛି ତଦସିଲଦାରଙ୍କ ନୋଟିସ । ନାଶିକ ତହସିଲଦାର ଘରକୁ ପଠାଇଛନ୍ତି ନୋଟିସ । ଖବର ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି । କିନ୍ତୁ ଦୀର୍ଧ ଗିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧିୁ । ଆଉ ଯାହାକୁ ନେଇ ଖୋଦ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି । ଏହି ଜମିର ଟିକସ ୨୧,୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଏନେଇ ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ।
୧୨ ମାସର ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ । ୨୧,୯୬୦ ଟଙ୍କା ବାକି ଅର୍ଥ ଲ ପାଇଁ ରାଜସ୍ୱ ବିଭାଗ ନେଇଛି ନିଷ୍ପତ୍ତି । ସେହି ଅଞ୍ଚଳରେ ୧୨ଶହ ଲୋକଙ୍କୁ ନୋଟିସ ପଠାଇଛି ପ୍ରଶାସନ । ଯାହା ଭିତରେ ଐଶ୍ବର୍ଯ୍ୟା ମଧ୍ୟ ସାମିଲ ଅଛନ୍ତି । ମାର୍ଚ୍ଚ ମାସ ସୁଦ୍ଧା ଟିକସ ଭରିବାକୁ ନୋଟିସରେ ଉଲ୍ଲେଖ ରହିଛି । ଯେହେତୁ ଆର୍ଥିକ ବର୍ଷ ଭାବେ ମାର୍ଚ୍ଚକୁ ଗଣନା କରାଯାଏ । ତେଣୁ ଏହି ମାସରେ ଅର୍ଥ ଦେବାକୁ ସମସ୍ତ ଟିକସ ଫାଙ୍କୁଥିବା ଲୋକ ବାଧ୍ୟ । ନଚେତ ଆଇନ ଅନୁଯାୟୀ କଟୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ଥାନୀୟ ପ୍ରଶାସନ ।
ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ମିସ ୱାର୍ଲଡ ଐଶ୍ବର୍ଯ୍ୟା । ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ଥମିନାହିଁ । ଇଡିରେ ହାଜର ପାଇଁ ମିଳିଥିଲା ସମନ । ଆଉ ଏବେ ପୁଣି ଟିକସ ଫାଙ୍କିବା ଅଭିଯୋଗରେ ମିଳିଛି ନୋଟିସ ।